Masthead

ଭୁବନେଶ୍ୱର ମଞ୍ଚେଶ୍ୱର ଔଷଧ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ରାଜ୍ୟ ଔଷଧ ଗୋଦାମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱର ମଞ୍ଚେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା ରାଜ୍ୟ ଔଷଧ ଗୋଦାମ । ଗତକାଲି ରାତିରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ରାଜ୍ୟ ଔଷଧ ନିଗମର ଗୋଦାମରେ ନିଆଁ ଲାଗିଥିଲା । ଯେଉଁଥିରେ ସମ୍ପୂର୍ଣ୍ଣ ଗୋଦାମ ଜଳିଯାଇଛି। ନିଆଁ ଏତେ ଭୟଙ୍କର ଥିଲା ଯେ, ଗୋଦାମରେ ଥିବା ସବୁ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି । ସୂଚନାନୁସାରେ ମହିନ୍ଦ୍ରା ସୋ’ରୁମ ପଛରେ ଥିବା ସେକ୍ଟର-ଏ ରେ ଥିବା ଏହି ‌ଔଷଧ ଗୋଦାମରେ ରାତି ପ୍ରାୟ ୧୧ଟା ବେଳେ ଅଗ୍ନିକାଣ୍ଡ ଘଟିଥିଲା ।

ପ୍ରଥମେ ଚାଉଳ ଗୋଦାମରେ ନିଆଁ ଲାଗିଛି ବୋଲି ପ୍ରଚାର ହୋଇଥିଲା । ମାତ୍ର ପରେ ଜଣାପଡ଼ିଲା ‌ଯେ କୋଭିଡ୍ ଔଷଧ, କିଟ୍ ଓ ଅକ୍ସିଜେନ୍ ସିଲିଣ୍ଡର୍ ଥିବା ଗୋଦାମ ଜଳୁଛି । ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ ସେଠାରେ ପହଞ୍ଚିଥିଲେ ବି ଅଗ୍ନିଶମ ବିଭାଗ ପହଞ୍ଚିବା ବିଳମ୍ବ ହୋଇଥିଲା । ୬ଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁ ଲିଭାଇବାରେ ନିୟୋଜିତ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’ 🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’