Masthead

ଦେବଦୂତ ସାଜିଲେ ସ୍ବାସ୍ଥ୍ୟ ସୁପରଭାଇଜର

ମାଥିଲି(ବଡ଼ ଖବର ବ୍ୟୁରୋ): ଦେବଦୂତ ସାଜିଲେ ସ୍ବାସ୍ଥ୍ୟ ସୁପରଭାଇଜର । ଦୁର୍ଗମ ଅଞ୍ଚଳରୁ ଭାରରେ ବୋହି ଆଣିଲେ ୫ କିଲୋମିଟର । ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଦୁର୍ଗମ ତୁଳସୀ ଗାଁରୁ ଅସୁସ୍ଥ ଥିବା ମହିଳାଙ୍କୁ ରାସ୍ତା ଖରାପ ଯୋଗୁଁ ବୋହି ଆଣିଛନ୍ତି ସାଲିମି ସୁପରଭାଇଜର ହରେକୃଷ୍ଣ ପାତିକା । ତୁଳସୀ ଗାଁର ମଙ୍ଗଲଦେଇ ଦୁରୁଆ ଦୀର୍ଘଦିନରୁ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ଘରେ ରହିଥିଲେ । ବର୍ଷା ଯୋଗୁଁ ସ୍ବାସ୍ଥ୍ୟକେନ୍ଦ୍ର ଆସିବା ସମ୍ଭବ ନଥିଲା ।

ଗାଁ ଲୋକେ ମଙ୍ଗଳ ଦେଇଙ୍କୁ ଅଧାରାସ୍ତା ବୋହି ଆଣୁଥିଲେ । ସ୍ବାସ୍ଥ୍ୟ ଟିମ୍ ଗାଁକୁ ଯାଇ ପାରୁନଥିବାରୁ ଉପାୟ ଶୂନ୍ୟ ହୋଇ ବାଧ୍ୟ ହୋଇ କାଦୁଆ ରାସ୍ତା ଯାଏଁ ସୁପରଭାଇଜର ପାତିକା ବୋହି ଗାଡି ଯାଏଁ ଆଣିଥିଲେ । ସେଠାରୁ ସ୍ବାସ୍ଥ୍ୟ ବିଭାଗର ଗାଡି ସହାୟତାରେ ମାଥିଲି ସବଡିଭିଜନ ମେଡିକାଲକୁ ଆଣି ଭର୍ତ୍ତି କରିଥିଲେ । ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ମାଲକାନଗିରି ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ