କୋଲକାତା (ବଡ଼ ଖବର ବ୍ୟୁରୋ): ଟ୍ରେନ ଟ୍ରାଜେଡ଼ିକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଏହି ଘଟଣାକୁ ନେଇ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଦେଇଛନ୍ତି ବିସ୍ଫୋରକ ବୟାନ । କହିଛନ୍ତି ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା ପଛରେ ଟିଏମସିର ହାତ ରହିଛି। ସେ କହିଛନ୍ତି ଏହି ଲୋକମାନେ ପୋଲିସର ସହାୟତାରେ ଉଭୟ ରେଳ ଅଧିକାରୀଙ୍କ ଫୋନକୁ ଟ୍ୟାପ କରି ଟୁଇଟରରେ ରଖିଥିଲେ। ଏହି ଲୋକମାନେ ଦୁଇ ରେଳ ଅଧିକାରୀଙ୍କ ମଧ୍ୟରେ କଥାବାର୍ତ୍ତା କିପରି ଜାଣିଲେ?
ଏହା ପଛରେ ଷଡଯନ୍ତ୍ର କ’ଣ? ଏହା କିପରି ଲିକ ହୋଇଛି ତାହାର ସିବିଆଇ ଅନୁସନ୍ଧାନରେ ମଧ୍ୟ ଆସିବା ଉଚିତ। ଯଦି ଏହା ନ ଆସେ ତେବେ ମୁଁ କୋର୍ଟର ଦ୍ୱାରସ୍ଥ ହେବି। ଏହା ଉପରେ ରାଜନୀତି କରାଯିବା ଉଚିତ ନୁହେଁ। ସେପଟେ ଏହାକୁ ନେଇ ଟିଏମସି କହିଛି ଶୁଭେନ୍ଦୁ ତାଙ୍କ ମାନସିକ ସନ୍ତୁଳନ ହରାଇ ସାରିଛନ୍ତି।