Masthead

ଆଉ ଖୋଲାରେ କଟା ହେବନି ମାଂସ: ହାଇକୋର୍ଟ

କଟକ(ବଡ଼ ଖବର ବ୍ୟୁରୋ): କଟକରେ ବେଆଇନ୍ କିଲ୍ ଖାନା ବନ୍ଦ୍ କରିବା ନେଇ ହାଇକୋର୍ଟରେ ମାମଲା । ଆସନ୍ତା ଡ଼ିସେମ୍ବର ୨୦ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ । ଏନେଇ କଟକ ମହାନଗର ନିଗମ ସ୍ୱାସ୍ଥ୍ୟ ଅଧିକାରୀ ଓ ଡେପୁଟି କମିସନର ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହୋଇଥିଲେ । ସତ୍ୟପାଠରେ କିଲ୍ ଖାନା ପାଇଁ ସ୍ବତନ୍ତ୍ର ନିୟମ ବ୍ୟବସ୍ଥା କଣ ରହିଛି ସେ ନେଇ ଉଲ୍ଲେଖ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ । ଗୌ ଜ୍ଞାନ ଫାଉଣ୍ଡେସନ ପକ୍ଷରୁ ହୋଇଥିଲା ଏହି ମାମଲା । ମାମଲାରେ ବେଆଇନ୍ କିଲ୍ ଖାନା ଯୋଗୁଁ ସେହି ବାଟ ଦେଇ ଯାଉଥିବା ପଥଚାରୀଙ୍କ ମାନସିକତା ଉପରେ କୁ ପ୍ରଭାବ ପଡୁଥିବା ନେଇ ଦର୍ଶାଯାଇଛି । ଏଥି ସହ ରକ୍ତ ଓ ଅନ୍ୟାନ୍ୟ ଜିନିଷ ଯୋଗୁଁ ପରିବେଶ ମଧ୍ୟ ପ୍ରଦୂଷିତ ହେଉଥିବା ଦର୍ଶାଯାଇଛି ।

ଆବେଦନରେ କଟକରେ ହାତୀ ପୋଖରୀ ଓଡ଼ିଆ ବଜାର ଦିୱାନ ବଜାର ଦରଘା ବଜାର ଅଞ୍ଚଳରେ ବେଆଇନ୍ କିଲ୍ ଖାନା ଚାଲୁଥିବା ନେଇ ଦର୍ଶାଯାଇଛି । ହାଇକୋର୍ଟର ନିର୍ଦ୍ଦେଶ ଅନୁସାରେ କୌଣସି ପଶୁ ପକ୍ଷୀଙ୍କୁ ହତ୍ୟା କରି ଖୋଲା ଜାଗାରେ ଟାଙ୍ଗି ବିକ୍ରି କରିପାରିବେ ନାହିଁ । କେବଳ ଯୋଉଠି କଂସେଇ ଖାନା ଅଛି ସେଇଠି କାଟି ଗୋଟେ ଆବଦ୍ଧ ଜଗାରେ ଆଣି ବିକ୍ରି କରିପାରିବେ । ଯାହାକି କୌଣସି ଲୋକଙ୍କର ଦୃଷ୍ଟି ଗୋଚର ହୋଇପାରିବ ନାହିଁ । ସେଥିପାଇଁ ସିଏମସି ପକ୍ଷରୁ ଗୋଟେ ଟିମ ଗଠନ କରା ଯାଇଛି ଏହା ସପ୍ତାହରେ ତିନି ଦିନ ଯାଇ ସବୁ କଂସେଇ ଖାନ ଯାଇ ଯାଞ୍ଚ କରିବା ବୋଲି କହିଛନ୍ତି ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ