Masthead

ବିଜେଡି-ବିଜେପି ମଧ୍ୟରେ ଆସନ ଭାଗବଣ୍ଟା ନେଇ ଚାଲିଛି କସରତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଏବଂ ବିଜେପି ମେଣ୍ଟ ଗଠନକୁ ନେଇ ସବୁଆଡ଼େ ଚର୍ଚ୍ଚା ଲାଗିରହିଛି। ନବୀନ ନିବାସରେ ବିଜେଡି ନେତାଙ୍କ ବୈଠକ ପରେ ବୈଠକ ଏବଂ ଦିଲ୍ଲୀରେ ବିଜେପି ଅଧ୍ୟକ୍ଷ ଜେ.ପି. ନଡା ଓ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସୁଥିବା ଘନଘନ ବୈଠକକୁ ନେଇ ଖୁବ୍‌ ଚର୍ଚ୍ଚା। ସେପଟେ ଦିଲ୍ଲୀ ଯାଇଛନ୍ତି ବିଜେଡିର ଦୁଇ ପ୍ରମୁଖ ନେତା ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଓ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ରାଜ୍ୟ ବିଜେପି ନେତାମାନେ ଦିଲ୍ଲୀରେ ଥିବାବେଳେ ଦୁଇ ପ୍ରମୁଖ ବିଜେଡି ନେତାଙ୍କ ଦିଲ୍ଲୀ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଦିଲ୍ଲୀରେ ଦୁଇଦିନ ଧରି କେନ୍ଦ୍ରୀୟ ନେତାଙ୍କ ସହ ରାଜ୍ୟ ବିଜେପି ନେତାଙ୍କ ଘନ ଘନ ବୈଠକ ଜାରି ରହିଛି । ଗତକାଲି ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ବାବସଭନରେ ବିଜେପି ନେତା ଆଲୋଚନା କରିଥିବା କୁହାଯାଉଛି । ଆସନ୍ତା ୧୨ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିବେ ।

ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ମେଂଟ ଘୋଷଣା କରିପାରନ୍ତି । ସୂଚନା ଅନୁସାରେ ଲୋକସଭାରେ ବିଜେଡି ୭ଟି ଆସନରେ ଲଢି ୧୪ଟି ଲୋକସଭା ଆସନ ବିଜେପିକୁ ଛାଡିପାରେ । ସେହିପରି ବିଧାନସଭାରେ ବିଜେଡି ଅତିକମରେ ୧୦୨ ଆସନ ନିଜ ପାଖରେ ରଖିପାରେ । ଆଉ ୪୫ଟି ଆସନ ବିଜେପିକୁ ଦେଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ପୁଣି ଏକ ବିମାନ କ୍ରାସ 🔴 ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ଚୁକ୍ତି 🔴 ‘ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ’ 🔴 ସରପଞ୍ଚଙ୍କ ଆତ୍ମହୁତି ଧମକ 🔴 ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ 🔴 ଚାଇନା ନାଗରିକଙ୍କୁ ମିଳିବ ଭାରତର ପର୍ଯ୍ୟଟନ ଭିଜା 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ପୁଣି ଏକ ବିମାନ କ୍ରାସ 🔴 ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ଚୁକ୍ତି 🔴 ‘ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ’ 🔴 ସରପଞ୍ଚଙ୍କ ଆତ୍ମହୁତି ଧମକ 🔴 ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ 🔴 ଚାଇନା ନାଗରିକଙ୍କୁ ମିଳିବ ଭାରତର ପର୍ଯ୍ୟଟନ ଭିଜା