Masthead

ଆର୍ୟନଙ୍କ ସମର୍ଥନରେ ବାହାରିଲେ ମେହମୁବା ମୁଫତି

କାଶ୍ମୀର(ବଡ଼ ଖବର ବ୍ୟୁରୋ): ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି । ବାରମ୍ବାର ବେଲ ପାଇଁ ଆବେଦନ କରୁଥିବା ସତ୍ତେ୍ୱ ଆର୍ୟନଙ୍କୁ ବେଲ ମିଳିପାରୁ ନାହିଁ । ସେପଟେ ଆର୍ୟନ ଗିରଫ ହେବା ପରେ ତାଙ୍କୁ ବଲିଉଡର ଦ୍ୱିତୀୟ ସଞ୍ଜୟ ଦତ୍ତର ଆଖ୍ୟ ମଧ୍ୟ ଦିଆ ସାରିଲେଣି । ଏପରିକି ବର୍ତ୍ତମାନ ସାରା ଦେଶରେ ଆର୍ୟନ ଖାନ ସମାଲୋଚନା ହେଉଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହା ମଧ୍ୟରେ ଆର୍ୟନ ଖାନଙ୍କ ସମର୍ଥନରେ ବାହାରିଛନ୍ତି ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି । ବାରମ୍ବାର ଧର୍ମ ଓ ଉତ୍ତେଜନାମୂଳକ ବିବୃତ୍ତି ଦେଇ ଚର୍ଚ୍ଚାରେ ରହିଥାନ୍ତି ମେହବୁବା ।

ତେବେ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଜଣେ ମୁସଲମାନ ହୋଇଥିବାରୁ ତାଙ୍କୁ ହଇରାଣ କରାଯାଉଛି ବୋଲି ମେହବୁବା କହିଛନ୍ତି । କେବଳ ଏତିକି ନୁହେଁ ବରଂ ଚାରି ଜଣ କୃଷକଙ୍କୁ ହତ୍ୟା କରିଥିବା ଅଭିଯୋଗରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅର ନ୍ୟାୟଯୁକ୍ତ ଯାଞ୍ଚ ପରିବର୍ତ୍ତେ କେନ୍ଦ୍ରୀୟ ଏଜେନ୍ସିମାନେ ୨୩ ବର୍ଷର ବାଳକକୁ ଅନୁସରଣ କରୁଛନ୍ତି । ଏହାର ମୂଳ କାରଣ ହେଉଛି ସେ ଜଣେ ମୁସଲମାନ । ଏହା ସହ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିବା ପାଇଁ ମଧ୍ୟ ପଛାଇ ନାହାଁନ୍ତି ମେହବୁବା । ଏ ଖବର ସାମ୍ନାକୁ ଆସିବା ପରେ ଏହା ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହା ଛଡ଼ା ଅକ୍ଟୋବର ୧୩ରେ ଆର୍ୟନ ଖାନଙ୍କ ଶୁଣାଣି ହେବାକୁ ଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି