Masthead

ମିଗ୍-୨୧ ଫାଇଟର ଜେଟ୍ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବାୟୁସେନାର ମିଗ୍-୨୧ ଫାଇଟର ଜେଟ୍ ବିମାନ ଦୁର୍ଘଟଣାଗ୍ରସ୍ତ । ପଞ୍ଜାବ ମୋଗା ନିକଟରେ ବିଳମ୍ବିତ ରାତିରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ରୁଟିନ୍ ପ୍ରଶିକ୍ଷଣରେ ଯାଇଥିବାବେଳେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ରାଜସ୍ଥାନର ସୁରତଗଡ଼ରୁ ଉଡାଣ ଭରିଥିଲା ଲଢୁଆ ବିମାନଟି । ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସି ପଡ଼ିବା ପୂର୍ବରୁ ତାହାକୁ ଚଳାଉଥିବା ପାଇଲଟ ସ୍କ୍ୱାଡ୍ରୋନ ଲିଡର ଅଭିନବ ଚୌଧୁରୀ ବିମାନରୁ ବାହାରି ଯାଇଥିଲେ। ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖୁବ୍ ସାଂଘାତିକ ଥିବା ଜଣାପଡ଼ିଛି । ରୁଟିନ୍ ତାଲିମ୍ ଦେଉଥିବା ସମୟରେ ଗତ ରାତି ପ୍ରାୟ ୧ଟା ବେଳେ ବାୟୁସେନାର ‘ମିଗ୍-୨୧’ ଲଢୁଆ ବିମାନଟି ମୋଗା ଅନ୍ତର୍ଗତ ବାଘାପୁରନା ଅଞ୍ଚଳର ଲାଙ୍ଗିଆନା ଖୁର୍ଦ ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ବାୟୁସେନା ଅଧିକାରୀମାନେ କହିଛନ୍ତି।

ସେମାନେ କହିଛନ୍ତି, ଗତକାଲି ବିଳମ୍ବିତ ରାତ୍ରରେ ପଞ୍ଜାବର ମୋଗା ନିକଟରେ ଭାରତୀୟ ବାୟୁସେନାର ଗୋଟାଏ ‘ମିଗ୍-୨୧’ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଘଟିବା ବେଳେ ବିମାନଟି ନିୟମିତ ଉଡ଼ାଣ ପ୍ରଶିକ୍ଷଣ ଦେଉଥିଲା । ଦୁର୍ଘଟଣାର କାରଣ ସଂକ୍ରାନ୍ତରେ କିଛି ଜଣାପଡ଼ିନାହିଁ । ତଦନ୍ତ ପାଇଁ ‘କୋର୍ଟ ଅଫ୍ ଇନକ୍ବାରି’ ଆଦେଶ ଦିଆଯାଇଛି । ସୂଚନାଯୋଗ୍ୟ, ଏହାକୁ ମିଶାଇ ଏବର୍ଷ ତିନୋଟି ‘ମିଗ୍-୨୧’ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହେଲାଣି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ