Masthead

ପେଟ ପାଇଁ ପାଞ୍ଚ ଶହ କିଲୋମିଟର ଚାଲିଲେ ଦମ୍ପତ୍ତି

ସହାୟତାର ହାତ ବଢାଇଲେ 'ବଡ଼ ଖବର' ପ୍ରତିନିଧି

ଖଇରପୁଟ(ବଡ଼ ଖବର ବ୍ୟୁରୋ): ୫ ଶହ କିଲୋମିଟର ଯାତ୍ରା ଭୋକ ପାଇଁ , ଭୟ ପାଇଁ । ଏ କାହାଣୀ ଏମିତି ଏକ ଦମ୍ପତ୍ତିଙ୍କର ଯେ ଗଲା ୪ ମାସ ହେବ ଚାଲୁଛନ୍ତି ଯେ ଚାଲୁଛନ୍ତି । ହାଇଦ୍ରାବାଦରୁ ଓଡିଶା । କରୋନା ଦେଖାଇଛି ଏମାନଙ୍କୁ ଏହି ଦୁଃଖଦ ସମୟ । ଯେଉଁଠି ସରୁନଥିଲା ପଥ କି ମିଳୁନଥିଲା ଖାଇବା ପାଇଁ ଦାନ । କୋରାପୁଟ ବୋରିଗୁମ୍ମାର ଏହି ଦାଦନ ଦମ୍ପତ୍ତିଙ୍କୁ ସହାୟତାର ହାତ ବଢାଇଛନ୍ତି ଆମ ବଡ ଖବରର ଖଇରପୁଟ ପ୍ରତିନିଧି । ପେଟ ପାଇଁ ନାଟ । ନିଜ ଘରକୁ ଫେରିବା ପାଇଁ ସୁଦୂର ହାଇଦ୍ରାବାଦରୁ ଖଇରପୁଟ ଯାତ୍ରା । ଦୀର୍ଘ ୪ ମାସ ଧରି ଚାଲି ଚାଲି ଘରକୁ ଫେରିବାକୁ ପ୍ରୟାସ ।

କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳର ଦମ୍ପତ୍ତି ଲକ୍ଷ୍ମଣ ପୂଜାରୀ ଓ ପଦ୍ମା ପୂଜାରୀ । ନିଜ ବର୍ଷକର ଝିଅକୁ ଧରି ହାଇଦ୍ରାବାଦରୁ ଚାଲି ଚାଲି ଆସି ଆଜି ମାଲକାନଗିରି ଖଇପୁରଟରେ ପହଞ୍ଚିଛନ୍ତି । ୮ ବର୍ଷ ପୂର୍ବେ ଦାଦନ ଖଟିବାକୁ ଯାଇଥିଲେ ହାଇଦ୍ରାବାଦ । ସେଠାରେ ଜଣେ ଦଲାଲ ପାଖରେ କାମ କରୁଥିଲେ । ମାତ୍ର ସେମାନଙ୍କୁ କେବଳ ଖାଇବା ଓ ରହିବାର ସୁବିଧା ଯୋଗାଇଥିଲା ମାଲିକ । ହେଲେ କୌଣସି ପାରିଶ୍ରମିକ ଦେଉନଥିଲେ । ପରବର୍ତ୍ତୀ ସମୟରେ ଦଲାଲ ଏହି ଦମ୍ପତ୍ତିଙ୍କୁ ଅନ୍ୟ ଜଣଙ୍କ ପାଖରେ ବିକ୍ରି କରିଥିବା ଜାଣିବାକୁ ପାଇଥିଲେ । ପରେ କୌଶଳ କ୍ରମେ ଏମାନେ ସେଠାରୁ ଖସି ଆସିଥିଲେ । ପରେ ଅର୍ଥ ଅଭାବ ଯୋଗୁଁ ୪ ମାସ ହେବ ଚାଲି ଚାଲି ଘରକୁ ଆସିବାକୁ ଚେଷ୍ଟା କରୁଛନ୍ତି । ଚାଲି ଚାଲି ଆସିବା ରାସ୍ତାରେ ଯେଉଁ ସହୃଦୟ ବ୍ୟକ୍ତି ତାଙ୍କୁ ଯାହା ସହଯୋଗ କରନ୍ତି ତାହା ଗ୍ରହଣ କରି ପୁଣି ଯାତ୍ରା କରନ୍ତି ଏହି ଦମ୍ପତ୍ତି । କୌଣସି ସ୍ଥାନରେ ଏମାନଙ୍କୁ ପ୍ରଶାସନ ପକ୍ଷରୁ ସହଯୋଗ ମିଳିନଥିବା ସେ କହିଛନ୍ତି ।

ଆଜି ଏହି ଦମ୍ପତ୍ତିଙ୍କ ମାଲକାନଗିରି ଖିରପୁଟ ଅଞ୍ଚଳରେ ପହଞ୍ଚିଥିବା ବେଳେ ତାଙ୍କୁ ସହଯୋଗର ହାତ ବଢାଇଛନ୍ତି ଆମ ପ୍ରତିନିଧି ଆନନ୍ଦ ଚାର୍କି । ଏହି ଅସହାୟ ଦମ୍ପତ୍ତିଙ୍କ ଖାଇବାକୁ ଦେବା ସହ ତାଙ୍କ ସମସ୍ୟା ବୁଝି ବସ୍ ଯୋଗେ ତାଙ୍କ ଗାଁକୁ ପଠାଇଛନ୍ତି । ପେଟରେ ଭୋକ ଓ ଛାତିରେ କୋହକୁ ସମ୍ଭାଳି ସୁଦୂର ହାଇଦ୍ରାବାଦରୁ ମାଲକାନଗିରିର ଖଇରପୁଟକୁ ଯାତ୍ରା କରିଛନ୍ତି ଦମ୍ପତ୍ତି । ଏହି ଅସହାୟ ଦମ୍ପତ୍ତିଙ୍କ ସ୍ୱର ସାଜିଛି ବଡ ଖବର । କେବଳ ସାମ୍ବାଦିକତା ନୁହେଁ ମାନବିକତା ଦେଖାଇଛନ୍ତି ବଡ ଖବରର ପ୍ରତିନିଧି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ