Masthead

ପେଟ ପାଇଁ ପାଞ୍ଚ ଶହ କିଲୋମିଟର ଚାଲିଲେ ଦମ୍ପତ୍ତି

ସହାୟତାର ହାତ ବଢାଇଲେ 'ବଡ଼ ଖବର' ପ୍ରତିନିଧି

ଖଇରପୁଟ(ବଡ଼ ଖବର ବ୍ୟୁରୋ): ୫ ଶହ କିଲୋମିଟର ଯାତ୍ରା ଭୋକ ପାଇଁ , ଭୟ ପାଇଁ । ଏ କାହାଣୀ ଏମିତି ଏକ ଦମ୍ପତ୍ତିଙ୍କର ଯେ ଗଲା ୪ ମାସ ହେବ ଚାଲୁଛନ୍ତି ଯେ ଚାଲୁଛନ୍ତି । ହାଇଦ୍ରାବାଦରୁ ଓଡିଶା । କରୋନା ଦେଖାଇଛି ଏମାନଙ୍କୁ ଏହି ଦୁଃଖଦ ସମୟ । ଯେଉଁଠି ସରୁନଥିଲା ପଥ କି ମିଳୁନଥିଲା ଖାଇବା ପାଇଁ ଦାନ । କୋରାପୁଟ ବୋରିଗୁମ୍ମାର ଏହି ଦାଦନ ଦମ୍ପତ୍ତିଙ୍କୁ ସହାୟତାର ହାତ ବଢାଇଛନ୍ତି ଆମ ବଡ ଖବରର ଖଇରପୁଟ ପ୍ରତିନିଧି । ପେଟ ପାଇଁ ନାଟ । ନିଜ ଘରକୁ ଫେରିବା ପାଇଁ ସୁଦୂର ହାଇଦ୍ରାବାଦରୁ ଖଇରପୁଟ ଯାତ୍ରା । ଦୀର୍ଘ ୪ ମାସ ଧରି ଚାଲି ଚାଲି ଘରକୁ ଫେରିବାକୁ ପ୍ରୟାସ ।

କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳର ଦମ୍ପତ୍ତି ଲକ୍ଷ୍ମଣ ପୂଜାରୀ ଓ ପଦ୍ମା ପୂଜାରୀ । ନିଜ ବର୍ଷକର ଝିଅକୁ ଧରି ହାଇଦ୍ରାବାଦରୁ ଚାଲି ଚାଲି ଆସି ଆଜି ମାଲକାନଗିରି ଖଇପୁରଟରେ ପହଞ୍ଚିଛନ୍ତି । ୮ ବର୍ଷ ପୂର୍ବେ ଦାଦନ ଖଟିବାକୁ ଯାଇଥିଲେ ହାଇଦ୍ରାବାଦ । ସେଠାରେ ଜଣେ ଦଲାଲ ପାଖରେ କାମ କରୁଥିଲେ । ମାତ୍ର ସେମାନଙ୍କୁ କେବଳ ଖାଇବା ଓ ରହିବାର ସୁବିଧା ଯୋଗାଇଥିଲା ମାଲିକ । ହେଲେ କୌଣସି ପାରିଶ୍ରମିକ ଦେଉନଥିଲେ । ପରବର୍ତ୍ତୀ ସମୟରେ ଦଲାଲ ଏହି ଦମ୍ପତ୍ତିଙ୍କୁ ଅନ୍ୟ ଜଣଙ୍କ ପାଖରେ ବିକ୍ରି କରିଥିବା ଜାଣିବାକୁ ପାଇଥିଲେ । ପରେ କୌଶଳ କ୍ରମେ ଏମାନେ ସେଠାରୁ ଖସି ଆସିଥିଲେ । ପରେ ଅର୍ଥ ଅଭାବ ଯୋଗୁଁ ୪ ମାସ ହେବ ଚାଲି ଚାଲି ଘରକୁ ଆସିବାକୁ ଚେଷ୍ଟା କରୁଛନ୍ତି । ଚାଲି ଚାଲି ଆସିବା ରାସ୍ତାରେ ଯେଉଁ ସହୃଦୟ ବ୍ୟକ୍ତି ତାଙ୍କୁ ଯାହା ସହଯୋଗ କରନ୍ତି ତାହା ଗ୍ରହଣ କରି ପୁଣି ଯାତ୍ରା କରନ୍ତି ଏହି ଦମ୍ପତ୍ତି । କୌଣସି ସ୍ଥାନରେ ଏମାନଙ୍କୁ ପ୍ରଶାସନ ପକ୍ଷରୁ ସହଯୋଗ ମିଳିନଥିବା ସେ କହିଛନ୍ତି ।

ଆଜି ଏହି ଦମ୍ପତ୍ତିଙ୍କ ମାଲକାନଗିରି ଖିରପୁଟ ଅଞ୍ଚଳରେ ପହଞ୍ଚିଥିବା ବେଳେ ତାଙ୍କୁ ସହଯୋଗର ହାତ ବଢାଇଛନ୍ତି ଆମ ପ୍ରତିନିଧି ଆନନ୍ଦ ଚାର୍କି । ଏହି ଅସହାୟ ଦମ୍ପତ୍ତିଙ୍କ ଖାଇବାକୁ ଦେବା ସହ ତାଙ୍କ ସମସ୍ୟା ବୁଝି ବସ୍ ଯୋଗେ ତାଙ୍କ ଗାଁକୁ ପଠାଇଛନ୍ତି । ପେଟରେ ଭୋକ ଓ ଛାତିରେ କୋହକୁ ସମ୍ଭାଳି ସୁଦୂର ହାଇଦ୍ରାବାଦରୁ ମାଲକାନଗିରିର ଖଇରପୁଟକୁ ଯାତ୍ରା କରିଛନ୍ତି ଦମ୍ପତ୍ତି । ଏହି ଅସହାୟ ଦମ୍ପତ୍ତିଙ୍କ ସ୍ୱର ସାଜିଛି ବଡ ଖବର । କେବଳ ସାମ୍ବାଦିକତା ନୁହେଁ ମାନବିକତା ଦେଖାଇଛନ୍ତି ବଡ ଖବରର ପ୍ରତିନିଧି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଇସ୍ତଫା ଦେଇପାରନ୍ତି ମହମ୍ମଦ ୟୁନୁସ 🔴 ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ…. 🔴 ବିଜେଡି କର୍ମୀଙ୍କୁ ମାଡ଼ 🔴 ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ… 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଇସ୍ତଫା ଦେଇପାରନ୍ତି ମହମ୍ମଦ ୟୁନୁସ 🔴 ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ…. 🔴 ବିଜେଡି କର୍ମୀଙ୍କୁ ମାଡ଼ 🔴 ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ…