Masthead

ନବୀନଙ୍କୁ ମନାଇଲେ ନୀତିଶ

ଏନଡିଏକୁ ସମର୍ଥନ କରିବ ବିଜେଡି !

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜ୍ୟସଭା ଉପାଧ୍ୟକ୍ଷ ପଦବୀକୁ ନେଇ ଉଷ୍ମ ହେଉଛି ରାଜନୀତି । ଏନଡିଏର ପ୍ରାର୍ଥୀଭାବେ ନାମାଙ୍କନ ଭରିଛନ୍ତି ଜେଡିୟୁର ହରିବଂଶ ନାରାୟଣ ସିଂ । ସେପଟେ ବିରୋଧୀ ଏକାଠି ହୋଇ ଜଣକୁ ପ୍ରାର୍ଥୀ କରିବେ ବୋଲି ଘୋଷଣା କରିଛି କଂଗ୍ରେସ । ରାଜ୍ୟସଭା ସଂଖ୍ୟା ଦୃଷ୍ଟିରୁ ଲଢେଇ ରୋଚକ ହେବ ବୋଲି ଆଶା କରାଯାଉଛି । ଠିକ୍ ଏତିକି ବେଳେ ଗୁରୁତ୍ୱପୂର୍ଣ୍ଣ ପାଲଟିଛି ବିଜୁ ଜନତା ଦଳର ସଂଖ୍ୟା । ରାଜ୍ୟସଭାରେ ବିଜେଡିର ସଂଖ୍ୟା ହେଉଛି ୯ । ଉଭୟ ଏନଡିଏ ଓ ୟୁପିଏ ଏହି ସଂଖ୍ୟ ହାତେଇବାକୁ ଚେଷ୍ଟା ଚଳାଇଛନ୍ତି । କିନ୍ତୁ ଉଭୟଙ୍କଠାରୁ ସମଦୂରତାର କଥା କହୁଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏଥର କେଉଁ ପଟେ ସମର୍ଥନ ଅଜାଡିବେ ତାହା ସ୍ପଷ୍ଟ କରିନାହାନ୍ତି । ତେବେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର ଆଜି ସକାଳେ ନବୀନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ହରିବଂଶଙ୍କ ପାଇଁ ସମର୍ଥନ ମାଗିଛନ୍ତି । ଏହି ସୂଚନା ନବୀନ ନିବାସ ସୂତ୍ରରୁ ମିଳିଛି । ହେଲେ ନବୀନ କଣ ରିପ୍ଲାଏ ଦେଲେ ତାହା ଜଣାପଡି ନାହିଁ । କୁହାଯାଉଛି ନବୀନ ନୀତିଶଙ୍କ କଥା ରଖିପାରନ୍ତି । କାରଣ ୧୯ ନିର୍ବାଚନ ପରେ ନବୀନ ବିଭିନ୍ନ ପ୍ରସଙ୍ଗରେ ଏନଡିଏକୁ ସମାଲୋଚନା ବଦଳରେ ସମର୍ଥନ କରୁଥିବାର ଦେଖିବାକୁ ମିଳିଛି । ଏପଟେ ନୀତିଶଙ୍କ ସହ ମଧ୍ୟ ତାଙ୍କର ପୁରୁଣା ଦୋସ୍ତି । ଏହି ଦୋସ୍ତି ଆଧାରରେ ହିଁ ଗତଥର ହରିବଂଶଙ୍କୁ ସମର୍ଥନ କରିଥିଲା ବିଜେଡି । ତେବେ ଏ ନେଇ ନବୀନ ହୁଏତ ସେତେବେଳେ ସ୍ପଷ୍ଟ କରିବେ ଯେତେବେଳେ ୟୁପିଏର ପ୍ରାର୍ଥୀ ନାଁ ସାମ୍ନାକୁ ଆସିବ । ଆସନ୍ତାକାଲି ହେଉଛି ନାମାଙ୍କନର ଶେଷଦିନ । ଆସନ୍ତା ୧୪ରୁ ସଂସଦ ଅଧିବେଶନ ଆରମ୍ଭ ହେବ । ପ୍ରଥମ ଦିନରେ ହିଁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ସମ୍ଭାବନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି