Masthead

କରୋନାରୁ ସୁସ୍ଥ ହେବାର ୩ମାସ ଆଗରୁ ଲୋକ ନେଉଛନ୍ତି ଟିକା, ରୋକି ପାରୁନି କୋ-ୱିନ ଆପ୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କୋଭିଡ଼ ଆକ୍ରାନ୍ତ ହେବାର ୨୫ ଦିନରେ ନେଲେ ଟିକା । ଏହାକୁ ନେଇ ଏବେ ଲାଗି ରହିଛି ଚର୍ଚ୍ଚା । ଦିଲ୍ଲୀ କୃଷ୍ଣନଗରର ଜଣେ ୨୬ ବର୍ଷୀୟ ଅଂଶ କୋଭିଡ୍‌ରେ ପୀଡ଼ିତ ହୋଇ ଗତ ଏପ୍ରିଲ ମାସରେ ଚିକିତ୍ସାଧୀନ ଥିଲେ। ଏପ୍ରିଲ ୩୦ ତାରିଖରେ ତାଙ୍କର ରିପୋର୍ଟ ନେଗେଟିଭ ବାହାରିଥିଲା। ତେବେ ମେ ପହିଲାରୁ ସରକାର ୧୮ରୁ ୪୪ ବର୍ଷ ବୟସର ନୂତନ ହିତାଧିକାରୀଙ୍କୁ ଟିକାକରଣରେ ସାମିଲ କରିବାକୁ ଘୋଷଣା କରିବାରୁ ଅଂଶ ମଧ୍ୟ ଟିକା ନେବା ପାଇଁ କୋ-ୱିନ ଆପ୍‌ରେ ପଞ୍ଜୀକରଣ କରିଥିଲେ। ତେବେ ତାଙ୍କୁ ୨୪ ତାରିଖରେ ସ୍ଲଟ୍‌ ମିଳିଥିଲା ଏବଂ ସେ ସେଦିନ ଟିକା ମଧ୍ୟ ନେଇଛନ୍ତି। ଏହାପରେ ଏବେ ଏହି ଘଟଣା ଚର୍ଚ୍ଚାର ପରିସରକୁ ଆସିଛି । ସେପଟେ କୋ-ୱିନ ଆପ କିପରି ଏହାକୁ ରୋକି ପାରିଲାନି ତାକୁ ନେଇ ମଧ୍ୟ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନ ।

କୋଭିଡ଼ ସଂକ୍ରମଣରୁ ଆରୋଗ୍ୟହେବା ପରେ ଅତି କମ୍ରେ ୩ମାସ ଯାଏ ଟିକା ପାଇଁ ଅପେକ୍ଷା କରିବାକୁ ପଡ଼ିବ ବୋଲି ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । କାରଣ ଆରୋଗ୍ୟଲାଭ ବେଳେ ଜଣଙ୍କ ଶରୀରରେ ବିକଶିତ ହୋଇଥିବା ଆଣ୍ଟିବଡି ଅତି କମ୍‌ରେ ତିନି ମାସ ଯାଏ କରୋନାଭୂତାଣୁ ବିରୋଧରେ ସୁରକ୍ଷା ଯୋଗାଇପାରିବ ବୋଲି ଅନୁଧ୍ୟାନରୁ ଜଣାଯାଇଛି। ଦେଶରେ ଦେଖାଦେଇଥିବା କୋଭିଡ୍‌ ଟିକାର ଘୋର ଅଭାବ ପରିସ୍ଥିତିରେ ଏ ପ୍ରକାର ସୁସ୍ଥ ହୋଇଥିବା ରୋଗୀଙ୍କର ଟିକାକରଣକୁ ୩ ମାସ ଘୁଞ୍ଚାଇବା ଦ୍ବାରା ଅନ୍ୟ କୌଣସି କୋଭିଡ୍‌ ସଂକ୍ରମଣପ୍ରବଣ ହିତାଧିକାରୀ ଟିକା ନେଇପାରିବେ ବୋଲି ଆଶା ରଖାଯାଇଛି। ମାତ୍ର ଏଭଳି ଜଣେ ସାବାଳକ କୋଭିଡ୍‌ ପୀଡ଼ିତ ସୁସ୍ଥ ହେବାର ୨୫ ଦିନ ଭିତରେ ଟିକା ନେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସେ ଏଥିପାଇଁ ପଞ୍ଜୀକରଣ କଲାବେଳେ ସରକାରଙ୍କ କୋ-ଵିନ୍‌ ଆପ୍‌ କିପରି ତାହା ରୋକିପାରିଲାନି ବୋଲି ବିଭିନ୍ନ ମହଲ ପ୍ରଶ୍ନ ଉଠାଇଛନ୍ତି।

ତେବେ ଅଂଶଙ୍କୁ ଏନେଇ ପଚାରିବାରୁ ସେ କହିଛନ୍ତି ସେ କୋ-ୱିନରେ ପଞ୍ଜୀକରଣ କଲା ବେଳେ କୋଭିଡ୍‌ରୁ ସୁସ୍ଥ ହୋଇଥିବାରୁ ତାଙ୍କୁ ୩ ମାସ ଯାଏ ଅପେକ୍ଷା କରିବାକୁ ହେବ ବୋଲି କୌଣସି ବିକଳ୍ପ ସୂଚନା ତାଙ୍କୁ ସେଥିରୁ ବିରତ କରିପାରିନଥିଲା। ସେହିପରି ଟିକାଦାନ କେନ୍ଦ୍ରରେ ମଧ୍ୟ କେହି ତାଙ୍କୁ ଏ ବିଷୟରେ କିଛି ପଚାରିନଥିଲେ କି ମନା କରିନଥିଲେ ବୋଲି ଅଂଶ କହିଛନ୍ତି। ଏପରିକି ସେ ଆର୍‌ଟି-ପିସିଆର୍‌ ପରୀକ୍ଷଣ ଓ ଟିକାକରଣ ପଞ୍ଜୀକରଣରେ ତାଙ୍କ ଆଧାର କାର୍ଡ ମଧ୍ୟ ବ୍ୟବହାର କରିଥିଲେ। କେବଳ ଅଂଶ କାହିଁକି, ଏଭଳି ଅନେକ ବ୍ୟକ୍ତି ତିନି ମାସ ଅପେକ୍ଷା ନକରି କୋଭିଡ୍‌ରୁ ସୁସ୍ଥ ହେବା ପରେ ପରେ ମଧ୍ୟ ଟିକା ନେବାର ନଜିର ରହିଛି। ତେବେ ଜଣେ କୋଭିଡ୍‌ରୁ ନିକଟରେ ସୁସ୍ଥ ହୋଇଛି କି ନାହିଁ କିମ୍ବା ସେ ସୁସ୍ଥ ହେବାର କେତେ ଦିନ ପରେ ଟିକା ନେଇପାରିବେ, ସେ ସଂକ୍ରାନ୍ତ କୌଣସି ସତର୍କ ସୂଚନା କୋ-ୱିନ୍‌ ଆପରେ ନାହିଁ ବୋଲି ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି କେନ୍ଦ୍ର କ୍ୟାବିନେଟ ବୈଠକ 🔴 ପାରାଦୀପ ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର! 🔴 ଅପରେସନ ସିନ୍ଦୂରରେ ପାକିସ୍ତାନର କେତେ କ୍ଷତି… 🔴 ଦାଉଦ, ହାଫିଜ, ମସୁଦ…କାମ୍ ତମାମ କେବେ? 🔴 ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଶ୍ରୀନଗରରେ ଏନକାଉଣ୍ଟର, ଜଣେ ଆତଙ୍କୀ ନିପାତ 🔴 ଆଜିଠୁ ବିଜେପିର ‘ତ୍ରିରଙ୍ଗା ଯାତ୍ରା’ 🔴 ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଆଜି ଶେଷ ଶୁଣାଣି 🔴 ସିଜୁଛି ଓଡ଼ିଶା, କଲବଲ ହେଉଛନ୍ତି ଲୋକେ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି କେନ୍ଦ୍ର କ୍ୟାବିନେଟ ବୈଠକ 🔴 ପାରାଦୀପ ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର! 🔴 ଅପରେସନ ସିନ୍ଦୂରରେ ପାକିସ୍ତାନର କେତେ କ୍ଷତି… 🔴 ଦାଉଦ, ହାଫିଜ, ମସୁଦ…କାମ୍ ତମାମ କେବେ? 🔴 ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଶ୍ରୀନଗରରେ ଏନକାଉଣ୍ଟର, ଜଣେ ଆତଙ୍କୀ ନିପାତ 🔴 ଆଜିଠୁ ବିଜେପିର ‘ତ୍ରିରଙ୍ଗା ଯାତ୍ରା’ 🔴 ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଆଜି ଶେଷ ଶୁଣାଣି 🔴 ସିଜୁଛି ଓଡ଼ିଶା, କଲବଲ ହେଉଛନ୍ତି ଲୋକେ