ଫ୍ଲାଇଂ ଶିଖ୍ ମିଲଖା ସିଂଙ୍କ ପରଲୋକ

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ଫ୍ଲାଇଂ ଶିଖ୍ ଭାବେ ପରିଚିତ ମିଲଖା ସିଂଙ୍କ ପରଲୋକ ଘଟିଛି । ଗତ କିଛି ଦିନ ତଳେ କରୋନାକୁ ହରାଇ ଡାକ୍ତରଖାନାରୁ ଘରକୁ ଫେରିଥିବା ମିଲଖାଙ୍କର ଅମ୍ଲଜାନ ସ୍ତର କମିଥିଲା । ତେଣୁ ଜୁନ ୩ ତାରିଖରେ ତାଙ୍କୁ ପୁନର୍ବାର ଚିକିତ୍ସା ପାଇଁ ଚଣ୍ଡୀଗଡର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ଦୁଇ ଦିନ ହେଲା ସେ ଗୁରୁତର ହୋଇପଡିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ରାତି ୧୧ଟା ୩୦ ମିନିଟରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା ।

ପାଞ୍ଚ ଦିନ ତଳେ ତାଙ୍କ ପତ୍ନୀ ନିର୍ମଳ କୌରଙ୍କର ମଧ୍ୟ କରୋନାରେ ମୃତ୍ୟୁ ହୋଇଥିଲା । ମିଲଖା ସିଂଙ୍କ ପରଲୋକରେ ଦେଶ ଜଣେ ମହାନ ଖେଳାଳିଙ୍କୁ ହରାଇଲା । ସେ ଅଗଣିତ ଭାରତୀୟ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ । ମିଲଖା ସିଂଙ୍କ ସ୍ୱର୍ଗତା ପତ୍ନୀ ନିର୍ମଳ ଭାରତୀୟ ମହିଳା ଭଲିବଲ ଟିମ୍‌ର ନେତୃତ୍ୱ ନେବା ସହ ପଞ୍ଚାବ ସରକାରଙ୍କ କ୍ରୀଡା ବିଭାଗର ଏକାଧିକ ପ୍ରମୁଖ ବିଭାଗର ଦାୟିତ୍ୱରେ ଥିଲେ । ପଞ୍ଚାବକୁ ଏକ ସଫଳ କ୍ରୀଡା ରାଜ୍ୟ ଭାବେ ଗଢି ତୋଳିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । କ୍ରୀଡା ଜଗତର ଏହି ସଫଳ ଦମ୍ପତ୍ତିଙ୍କ ବିୟୋଗରେ କ୍ରୀଡା ଜଗତରେ ଶୋକର ଛାୟା ଖେଳିଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ