Masthead

ନାବାଳିକା ନିଖୋଜ, କ’ଣ କରୁଛି ବୋଲଗଡ଼ ପୋଲିସ

ବୋଲଗଡ଼ (ବଡ଼ ଖବର ବ୍ୟୁରୋ): ଆଉ ଦିନ କେଇଟା ପରେ ପାଳିଥାନ୍ତେ ଝିଅ ଜନ୍ମଦିନ । ହେଲେ ଝିଅ ନିଖୋଜ । ଝିଅର ଫଟୋ ଦେଖି କାନ୍ଦୁଛି ମାଆ । ଆଖିରୁ ଶୁଖୁନି ଲୁହ। ଝିଅ ନିଖୋଜର ଏକ ମାସ ବିତିଥିଲେବି ଚୁପ ବସିଛି ବୋଲଗଡ ଥାନା ପୋଲିସ। ବୋଲଗଡ଼ ପୋଲିସ ଅପାରଗତାର ଏକ ନମୁନା ଦେଖିବାକୁ ମିଳିଛି ବୋଲଗଡ ଅଂଚଳରେ। ଲଗାତାର ଏକ ମାସ ମଧ୍ୟରେ ଦୁଇ ଦୁଇଟି ନାବାଳିକା ଅପହରଣ ହେବା ସାଧାରଣରେ ଚିନ୍ତା ବଢାଇଛି। ସେପଟେ ପୋଲିସରେ ଅଭିଯୋଗ ପରେ ବୋଲଗଡ଼ ପୋଲିସ ଗୁରୁତ୍ୱ ନଦେବା ପରିବାର ଦୁଃକୁ ଦ୍ୱିଗୁଣିତ କରିଛି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଦିବ୍ୟସିଂପୁର ଶାସନର ରମା ମହାରଣା ଓ ପ୍ରଫୁଲ ମହାରଣାଙ୍କ ଝିଅ ଗତ ସେପ୍ଟେମ୍ବର ମାସ ୨୨ ତାରିଖରୁ ନିଖୋଜ ଅଛି। କଳାଙ୍ଗ ଠାରୁ ଟିଉସନ ସାରି ଫେରିବା ବାଟରେ କିଏ ଟେକି ଅପହରଣ କରି ନେଇଥିବା କୁହାଯାଉଛି।

ଗ୍ରାମର ଜଣେ ଯୁବକ ବହୁବାର ଟିଉସନରୁ ଫେରିବା ବାଟରେ ତାକୁ ହଇରାଣ କରୁଥିଲା । ତେବେ ପରିବାର ପକ୍ଷରୁ ଅଭିଯୋଗ ବି ଥାନାରେ କରାଯାଇଛି। ହେଲେ ପୋଲିସ ଖାମଖିଆଳି ମନୋଭାବ ପୋଷଣ କରୁଥିବା ଦେଖିବାକୁ ମିଳିଛି । କଳାଙ୍ଗ ସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଥିବା ପ୍ରଫୁଲ ଙ୍କ୧୩ ବର୍ଷର ଝିଅ ସବୁଦିନ ପରି ଗତ ୨୨ ତାରିଖ ରେ ବି ଟିୟୁସନ ଯାଇଥିଲା । ହେଲେ ସନ୍ଧ୍ୟା ଗଡି ରାତି ହୋଇଯାଇଥିଲେ ବି ଆଉ ଘରକୁ ଫେରି ନଥିଲା । ଘର ଲୋକ ବହୁ ଖୋଜା ଖୋଜି କରିବା ପରେ ବି କେଉଁଠୁ ସନ୍ଧାନ ପାଇନଥିଲେ ।

ପରେ ଯାଇ ବୋଲଗଡ ଥାନାରେ ଅଭିଯୋଗ କରିଥିଲେ। ୟା ଭିତରେ ବହୁବାର ବୋଲଗଡ ଥାନା ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଶେଷ ରେ ଖୋର୍ଦ୍ଧା ଏସପିଙ୍କ ଦ୍ୱାରାସ୍ତ ହେଲେ ନିଖୋଜ ଝିଅର ପରିବାର। ଏସ୍ପି ଏଦିଗରେ ତୁରନ୍ତ ପଦକ୍ଷପ ନେବାକୁ କହିଥିବାବେଳେ , ପୋଲିସର କଛପ ଗତି ଏବେ ଚିନ୍ତାରେ ପକାଇଛି ପରିବାରକୁ। ସେପଟେ ଝିଅ ନମିଳିଲେ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଲେଣି ଗ୍ରାମବାସୀ। ତେବେ ନିଖୋଜର ଏକ ମାସରୁ ଅଧିକ ଦିନ ବିତି ଯାଇଥିଲେ ବି କାହିଁକି ପୋଲିସ ପଦକ୍ଷେପ ନେଉନି ତାକୁ ନେଇ ଚିନ୍ତାରେ ପରିବାର। ସେପଟେ ଦିନ ଯେତିକି ଗଡୁଛି ଝିଅର ଜୀବନ ପ୍ରତି ବିପଦର ଆଶଙ୍କାରେ ପରିବାର। ଅନ୍ୟ ପକ୍ଷରେ ବୋଲଗଡ଼ ପୋଲିସ ଏ ସଂକ୍ରାନ୍ତ ରେ ମୁହଁ ଖୋଲୁ ନଥିବାବେଳେ କାହା ଚାପରେ ନିରବ ବସୁଛି ବୋଲି ସାଧାରଣ ରେ ପ୍ରଶ୍ନ ଉଠିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ