Masthead

ଅଲିମ୍ପିକ୍ସରେ ମୀରାବାଇ ପାରାଲିମ୍ପିକ୍ସରେ ଭାବିନା

ଗାନ୍ଧିନଗର(ବଡ଼ ଖବର ବ୍ୟୁରୋ): ସବୁଠି ଆଗରେ ଝିଅ । ଅଲିମ୍ପିକ୍ସ ହେଉ ବା ପାରାଅଲିମ୍ପିକ୍ସ । ଭାରତକୁ ପ୍ରଥମ ପଦକ ଦେଇଛନ୍ତି ଝିଅ । ଆପଣ ନିଶ୍ଚୟ ଭୁଲି ନ ଥିବେ ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ମେଡାଲ ଭେଟି ଦେଇଥିଲେ ମୀରାବାଇ ଚାନୁ । ତାହା ଥିଲା ରୂପା । ଆଉ ପାରାଲିମ୍ପିକ୍ସରେ ବି ସମାନ ସଂଯୋଗ ଦେଖିବାକୁ ମିଳିଛି । ଭାରତକୁ ପ୍ରଥମ ପଦକ ଆଣିଦେଇଛନ୍ତି ସୁନା ଝିଅ ଭାବିନା ପଟେଲ । ଟେବୁଲ ଟେନିସରେ ଜିତିଛନ୍ତି ରୌପ୍ୟ ପଦକ । ଭାରତ ପାଇଁ ପାରାଲିମ୍ପିକ୍ସରେ ଆସିଛି ପ୍ରଥମ ମେଡାଲ । ସ୍ୱର୍ଣ୍ଣ ପଦକ ପାଇଁ ଚୀନର ଜୋହୁ ୟିଙ୍ଗଙ୍କ ସହ ପ୍ରତିଯୋଗିତା ହୋଇଥିଲା । କିନ୍ତୁ ଏଥିରେ ପରାସ୍ତ ହୋଇଥିଲେ ବି ଭାରତ ପାଇଁ ସିଲଭର ମେଡାଲ ଆଣିଦେଇଛନ୍ତି । ଭାବିନା ତାଙ୍କ ପଦକ ଯାତ୍ରାରେ ସେ ବିଶ୍ୱର ୩ନଂ ଖେଳାଳି ମିଓଙ୍କୁ ୩-୨ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ ।

ପଦକ ଜିିତିବା ପରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ସମଗ୍ର ଭାରତରୁ ନିକଟରୁ ଭାବିନାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ତାଙ୍କ ବିଜୟକୁ ବାଣ ଫୁଟାଇ ହୋଲି ଖେଳି ସେଲିବ୍ରେସନ କରିଛନ୍ତି ତାଙ୍କ ପରିବାର ଲୋକେ । ତାଙ୍କୁ ପ୍ରୋତ୍ସାହନ କରିବାକୁ ଗୁଜୁରାଟ ସରକାର ୩କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ୨୦୦୯ରେ ଆନ୍ତର୍ଜାତୀୟ ଖେଳ ଦୁନିଆରେ ପାଦ ରଖିଥିଲେ ଭାବିନା । ୨୦୧୧ରେ ପାରା ଟେବୁଲ୍ ଟେନିସ୍ ଥାଇଲାଣ୍ଡରେ ରୌପ୍ୟ ମେଡାଲ ଜିତିଥିଲେ । ଆଉ ଏହିଠାରୁ ଆରମ୍ଭ ହୋଇଥିଲା ଭାବିନାଙ୍କର ପଦକ ଯାତ୍ରା । ବିଭିନ୍ନ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ଅନେକ ସଫଳତା ପାଇବା ପରେ ଏବେ ଟୋକିଓ ପାରାଅଲିମ୍ପିକ୍ସରେ ବି ସଫଳତା ପାଇଛନ୍ତି ।

୩୪ ବର୍ଷିୟା ଭାବିନା ୧୯୮୬ ମସିହାରେ ଗୁଜୁରାଟର ମେହେସାନା ଜିଲ୍ଲାର ସୁନ୍ଧିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ୧୨ ମାସର ହୋଇଥିବା ବେଳେ ସେ ପୋଲିଓରେ ସଂକ୍ରମିତ ହୋଇଥିଲେ । ଏକ ମଧ୍ୟବିତ୍ତ ପରିବାର ହୋଇଥିବାରୁ ତାଙ୍କ ପିଲା ସମୟରୁ ଉପଯୁକ୍ତ ଚିକିତ୍ସାରୁ ବଞ୍ଚିତ ହୋଇଥିଲେ ସେ । ଆଉ ପରେ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରେ ଅସ୍ତ୍ରୋପଚାର କରାଯାଇଥିଲେ ମଧ୍ୟ ଏହା ଫଳପ୍ରଦ ହୋଇନଥିଲା । ପିଲା ଦିନରୁ ସ୍ୱାଧୀନ ହୋଇ କାହା ଉପରେ ନିର୍ଭର ନକରିବା ଥିଲା ଭାବିନାଙ୍କ ସ୍ୱପ୍ନ । ତେଣୁ ତାଙ୍କର ଭିନ୍ନତା ତାଙ୍କୁ ତାଙ୍କ ସ୍ୱପ୍ନଠାରୁ ଦୂରେଇ ପାରିନଥିଲା । ଲଢ଼େଇ ଜାରି ରଖି ସଫଳତାର ପାହାଚ ଛଢ଼ିଥିଲେ ସେ । ଆଉ ଏବେ ଟୋକିଓ ପାରାଅଲିମ୍ପିକ୍ସରେ ପଦକ ଜିତି ସମଗ୍ର ଦେଶକୁ ଗୌରାବାନ୍ୱିତ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ