Masthead

ବାଉଁଶ ପୋଲ ଏକମାତ୍ର ଭରସା

ବୋରିଗୁମା (ବଡ଼ ଖବର ବ୍ୟୁରୋ): ବାଉଁଶ ପୋଲ ଉପରେ ବିପଦପୂର୍ଣ୍ଣ ଯାତ୍ରା । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଗର୍ଭବତୀ,ଶିଶୁ ,ଛାତ୍ରଛାତ୍ରୀ,ବୃଦ୍ଧ ସମସ୍ତଙ୍କ ପାଇଁ ସହାରା ଏହି ବାଉଁଶ ପୋଲ । ଭତା ଠାରୁ ଆରମ୍ଭ କରି ପିଡ଼ିଏସ ଚାଉଳ ପାଇଁ ଏହି ବାଉଁଶ ପୋଲ ଦେଇ ଯାତାୟତ କରୁଛନ୍ତି ଲୋକେ ।କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକରେ ଫେଲ ମାରିଛି ବିଜୁ ସେତୁ ଯୋଜନା । ଗମନାଗମନର ମାଧ୍ୟମ ପାଲଟିଛି ବାଉଁଶ ପୋଲ ।

ଜନ ପ୍ରତିନିଧି ଜିଲ୍ଲା ପ୍ରଶାସନ ପାଖକୁ ପୋଲ ନିର୍ମାଣର ବିଳମ୍ବ ଯୋଗୁଁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଶେଷରେ ନିଜ ଖର୍ଚ୍ଚରେ ବାଉଁଶ ପୋଲ ନିର୍ମାଣ କରି ନଦୀ ପାର ହେଉଛନ୍ତି ଲୋକେ । ଏ ହେଉଛି କୋରାପୁଟ ଜିଲ୍ଲା ବୋରିଗୁମା ବ୍ଲକ କୋଟପାଡ଼ ନିର୍ବାଚନମଣ୍ଡଳୀ ଡେଙ୍ଗପଦର ପଂଚାୟତ କେରକେଣ୍ଡା ନଦୀର ଚିତ୍ର । ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ପାଇଁ ଏହି ନଦୀ ଦେଇ ଯାତାୟତ କରନ୍ତି ୧୫ଟି ଗାଁର ଲୋକେ । ହେଲେ ତିନିବର୍ଷ ହେବ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କେବଳ ପିଲର କରି ତିନି ବର୍ଷହେବ ଚୁପ ବସିଛି ଥିବାରୁ ପୋଲ ନିର୍ମାଣ କେବେ ଶେଷ ହେବ ସେ ନେଇ ଚିନ୍ତାରେ ସ୍ଥାନୀୟବାସିନ୍ଦା । ଉନ୍ନୟନ ବିଭାଗ ଏବଂ ବିହାରି ଠିକା କମ୍ପାନୀ ଏନବିସିସିର ମନମାନି ଯୋଗୁଁ ଅଟକିଛି ପୋଲ ନିର୍ମାଣ କାମ ।

ତିନି ବର୍ଷରେ ଅଧା ପିଲର କରି ଚୁପ ବସି ଯାଇଛି ଠିକା କମ୍ପାନୀ ଏନବିସିସି । କାହା ବଳରେ ବଳିଆନ ହୋଇ ମନମାନି କରୁଛି ଏହି ବିହାରି କମ୍ପାନୀ । ଲୋକଙ୍କ ସମସ୍ୟା ନବୁଝି ଆଖି ବୁଜି ଶୋଇଛି ଏହି ଏନବିସିସି ଠିକା ସଂସ୍ଥା। ସବୁ ଜାଣି ଗ୍ରାମ୍ୟ ଉନ୍ନୟନ ବିଭାଗ ଦେଖି ଚୁପ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା।୧୫ଖଣ୍ଡ ଗାଁ ଲୋକେ ଏକତ୍ରିତ ହୋଇ ନିଜ ହାତରୁ ଟଙ୍କା ଯୋଗାଡ କରି ବାଉଁଶ ପୋଲ ନିର୍ମାଣ କରିଥିବା ଲୋକଲୋଚନକୁ ଆସିବା ପରେ ଏବେ ଚର୍ଚ୍ଚାରେ ବାଉଁଶ ପୋଲ ଯୋଜନା ।

ଡେଙ୍ଗପଦର,କେରକେଣ୍ଡା,ସଙ୍କରଡ଼ା, ଛତ୍ରଲା, ଚମ୍ପିଆ, ପଡ଼େଇଗୁଡା ,ପଖାନାଗୁଡା,ପରସଲା,ନାଗଯୋଡି,ବିଜାଗୁଡା,ଆଉଁଳି ଭଳି ୧୫ଟି ଗାଁର ପାଖାପାଖି ୩୦ ହଜାର ଲୋକେ ଏହି ନାଳ ଦେଇ ଯାତାୟତ କରୁଥିବା କହିଛନ୍ତି ଅଞ୍ଚଳବାସୀ । ଗତତିନି ବର୍ଷ ହେବ କାର୍ୟ୍ୟ ସମ୍ପାଦନ ନକରି ପାରୁଥିବାରୁ ଏନବିସିସି ଠିକା ସଂସ୍ଥା ବିରୋଧ କରିଛନ୍ତି ଅଞ୍ଚଳବାସୀ । ତେବେ ପୋଲ ନିର୍ମାଣ କାର୍ୟ୍ୟ ଯଥା ଶୀଘ୍ର ଆରମ୍ଭ କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ