Masthead

ଆଇପିଏଲ ଇତିହାସରେ ସବୁଠୁ ମହଙ୍ଗା ଖେଳାଳି ମିଚେଲ ଷ୍ଟାର୍କ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆଇପିଏଲ ଇତିହାସରେ ସବୁଠୁ ମହଙ୍ଗା ଖେଳାଳି ମିଚେଲ ଷ୍ଟାର୍କ । ପ୍ୟାଟ୍ କମିନ୍ସଙ୍କ ରେକର୍ଡ ଭାଙ୍ଗିଲେ ମିଚେଲ୍ ଷ୍ଟାର୍କ । ଆଇପିଏଲ୍ ଟିମ୍ କୋଲକାତା ନାଇଟ୍ ରାଇଡର୍ସ ମିଚେଲ୍ ଷ୍ଟାର୍କଙ୍କୁ ଆଗାମୀ ସିଜିନ୍ ପାଇଁ ନିଜ ଦଳରେ ସାମିଲ କରିଛି । ପ୍ୟାଟ୍ କମିନ୍ସଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୦.୫୦ କୋଟିରେ କିଣିବା ପରେ, ଆଇପିଏଲ ଇତିହାସର ସବୁଠୁ ଦାମୀ ଖେଳାଳି ବନିଥିଲେ ପ୍ୟାଟ୍ । ହେଲେ ଏହାପରେ ମିଚେଲ୍ ଷ୍ଟାର୍କ ତାଙ୍କୁ ଟପି ୨୪.୭୫ କୋଟିରେ ବିକ୍ରି ହେଇଛନ୍ତି ।

ମିଚେଲ୍ ଷ୍ଟାର୍କଙ୍କୁ କିଣିବା ପାଇଁ ପ୍ରଥମେ ଗୁଜରାଟ ଟାଇଟନ୍ସ ଏବଂ କେକେଆର ଟିମ୍ ଉତ୍ସାହ ଦେଖାଇଥିଲେ । ହେଲେ ଗୁଜରାଟକୁ ପଛରେ ପକାଇ କେକେଆର ବାଜି ଜିତିନେଇଥିଲା । ଷ୍ଟାର୍କ ଏବଂ କମିନ୍ସଙ୍କ ବ୍ୟତୀତ ଭାରତୀୟ ପେସ୍ ବୋଲର ହର୍ଷଲ ପଟେଲଙ୍କୁ ୧୧.୭୫ କୋଟିରେ କିଣିଛି ପଞ୍ଜାବ କିଙ୍ଗସ୍ । ସେହିପରି ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ରୋମେନ୍ ପାୱେଲଙ୍କୁ ରାଜସ୍ଥାନ ୭.୪୦ କୋଟି, ଡାରେଲ ମିଚେଲ ୧୪ କୋଟି, ଶିଭମ ମାଭି ୬.୪୦ କୋଟି ଟଙ୍କାରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ଦଳରେ ସାମିଲ ହେଇଛନ୍ତି ।

ତେବେ ଏହି ଆଇପିଏଲ୍‌ରେ ଆହୁରି ନୂଆ ଖେଳାଳି ସାମିଲ ହୋଇଛନ୍ତି । ନ୍ୟୁଜିଲାଣ୍ତର ଓପନ୍‌ର ବ୍ୟାଟ୍ସମ୍ୟାନ୍‌ ରଚିନ୍‌ ରବିନ୍ଦ୍ରଙ୍କୁ ଚେନ୍ନାଇ ୧.୮୦ କୋଟିରେ କିଣିଛି । ସେହିଭଳି ବିଶ୍ୱକପ୍‌ ହିରୋ ଟ୍ରାଭିସ୍‌ ହେଡ୍‌ଙ୍କୁ ୬.୮ କୋଟିରେ କିଣିଛି ହାଇଦ୍ରାବାଦ୍‌ । ଆକ୍ସନ ଆରମ୍ଭରୁ ହିଁ ରୋଭମାନ୍‌ ପାୱେଲ୍‌ଙ୍କୁ ୭.୪ କୋଟିରେ କିଣିଥିଲା ରାଜସ୍ଥାନ ରୟାଲ୍ସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ