ବଲ୍ ପିଛା ୭ଲକ୍ଷ ୩୦ହଜାର, ଓଭରକୁ ୪୪ଲକ୍ଷ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବଲ ପିଛା ୭ଲକ୍ଷ ୩୦ହଜାର । ଗୋଟିଏ ଓଭରକୁ ୪୪ଲକ୍ଷ । କି୍ରକେଟ ଇତିହାସରେ ୟେ ବୋଧେ ସବୁଠୁ ଦାମୀ ଫିଗର । ଆମେ କହୁଛୁ ମିଚେର ଷ୍ଟାର୍କଙ୍କ କଥା । ଆଇପିଏଲରେ ରେକର୍ଡ କରିଛନ୍ତି ମିଚେଲ ଷ୍ଟାର୍କ । ଚଳିତ ସିଜିନରେ ସର୍ବାଧିକ ଟଙ୍କାରେ ବିକ୍ରି ହୋଇଛନ୍ତି ଅଷ୍ଟ୍ରେଲିଆର ବିଶ୍ୱକପ୍ ବିଜେତା ସଦସ୍ୟ । ଏହାପରେ ମିଚେଲଙ୍କୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ମିଚଲେ ଷ୍ଟାର୍କଙ୍କୁ ୨୪ କୋଟି ୭୫ ଲକ୍ଷରେ କିଣିଛି କୋଲକାତା ନାଇଟ ରାଇଡର୍ସ । କିନ୍ତୁ ଆପଣ ହିସାବ କରିଛନ୍ତି କି ଆଇପିଏଲରେ ମିଚେଲଙ୍କ ପ୍ରତି ବଲର ମୂଲ୍ୟ କେତେ? ସମୁଦାୟ ଟଙ୍କାକୁ ଯଦି ହାରାହାରି ହିସାବ କରିବେ ଷ୍ଟାର୍କଙ୍କୁ ଗୋଟିଏ ବଲ ପକାଇବାକୁ ମିଳିବ ୭ ଲକ୍ଷ ୩୦ ହଜାର । ଅର୍ଥାତ ପ୍ରତି ଓଭରରେ ମିଳିବ ୪୪ଲକ୍ଷ ଟଙ୍କା । ଏବଂ ଗୋଟିଏ ମ୍ୟାଚକୁ ମିଳିବ ୧କୋଟି ୭୬ ଲକ୍ଷ । କେହି କେହି ଏ ହିସାବ ବି ଲଗାଉଛନ୍ତି ଆଇପିଏଲ ଚାମ୍ପିଅନ ଟିମ୍ ଯେତିକି ପୁରସ୍କାର ପାଇବ ତାହାଠାରୁ ବି ଅଧିକ ଟଙ୍କା ଜଣେ ଖେଳାଳି ଭାବେ ଷ୍ଟାର୍କ୍ ପାଇବେ ।

ଅନ୍ୟପକ୍ଷରେ ଯଦି ପାକିସ୍ତାନ ସୁପର ଲିଗ୍ ଦରମା ସହ ତୁଳନା କରିବେ, ପାକିସ୍ତାନ ସୁପର ଲିଗର ସବୁଠାରୁ ଦାମୀ ଖେଳାଳିିଙ୍କ ଦରମା ୧.୪କୋଟି ଟଙ୍କା । କିନ୍ତୁ ମିଚେଲ ଆଇପିଏଲର ମାତ୍ର ଗୋଟିଏ ମ୍ୟାଚରୁ ପାଇବେ ୧କୋଟି ୭୬ଲକ୍ଷ । ମଙ୍ଗଳବାର ହୋଇଥିବା ଆଇପିଏଲ ନିଲାମରେ ଅଷ୍ଟ୍ରେଲିଆ ଖେଳାଳିମାନଙ୍କର ବେଶ ଦବଦବା ରହିଥିଲା । କଙ୍ଗାରୁ ଖେଳାଳିଙ୍କ ପାଇଁ ନିଲାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ପ୍ୟାଟ କମିନ୍ସଙ୍କୁ ୨୦ କୋଟି ୫୦ ଲକ୍ଷ ଟଙ୍କାରେ କିଣିଛି ସନରାଇଜର୍ସ ହାଇଦ୍ରାବାଦ । ଏ ଘଟଣାକୁ ନେଇ ଯେତେବେଳେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଆଲୋଚନା ଜୋର୍ ଧରିଛି, ପୂର୍ବତନ ବ୍ୟାଟ୍ସମ୍ୟାନ ଆକାଶ ଚୋପ୍ରା କହିଛନ୍ତି ଯଦି ମିଚେଲ ଷ୍ଟାର୍କ ଓ ପ୍ୟାଟ କମିନ୍ସ ୨୦ କୋଟିରୁ ଅଧିକ ପାଉଛନ୍ତି ତେବେ ଭାରତୀୟ କ୍ରିକେଟର ବିରାଟ କୋହଲି, ଯଶପ୍ରିତ ବୁମରା ୟାଠୁ ଅଧିକ ପାଇବା ଯୋଗ୍ୟ । ବିଶ୍ୱର ବେଷ୍ଟ ବୋଲର ହେଉଛନ୍ତି ଯଶପ୍ରିତ ବୁମରା । ବୁମରାହ ୧୨ କୋଟିରେ ଯାଇଥିବା ବେଳେ ଷ୍ଟାର୍କ ୨୪ କୋଟିରେ ଯାଇଛନ୍ତି । ଏହା ଭୁଲ ବୋଲି କହିବା ସହ ବୁମରା ଏହାଠୁ ଅଧିକ ପାଇବା ଯୋଗ୍ୟ ବୋଲି କହିଛନ୍ତି ଆକାଶ ଚୋପ୍ରା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ