Masthead

୩ ନୁହେଁ ୪ରେ ମିଜୋରାମ ରେଜଲ୍ଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଉ ଦିନକ ପରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବ। କିଏ ବାଜିମାତ୍‌ କଲା ଆଉ କିଏ ଧରାଶାୟୀ ହେଲା ଜଣାପଡିବ। ନଭେମ୍ବର ୩୦ରେ ତେଲଙ୍ଗାନା ନିର୍ବାଚନ ଶେଷ ହେବା ପରେ ୫ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହୋଇଛି। ଡିସେମ୍ବର ୩ ଅର୍ଥାତ୍‌ ରବିବାର ଭୋଟ ଗଣନା ହୋଇ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ବଦଳିଲା ତାରିଖ । ୩ ନୁହେଁ ୪ରେ ବାହାରିବ ମିଜୋରାମ ବିଧାନସଭା ନିର୍ବଚାନ ରେଜଲ୍ଟ । ୩ ବଦଳରେ ୪ ତାରିଖରେ ହେବ ଭୋଟ୍ ଗଣତି । ମିଜୋରାମ ନିର୍ବାଚନ ଫଳାଫଳ ତାରିଖ ବଦଳାଇବାକୁ ପୂର୍ବରୁ ଦାବି ହୋଇଆସୁଥିଲା ।

ରବିବାର ଇସାଇ ସମ୍ପ୍ରଦାୟଙ୍କ ପାଇଁ ପବିତ୍ର ହୋଇ ଥିବାରୁ ଏହିଦିନ ମତଗଣନା ନକରିବାକୁ ଦାବି ହୋଇଥିଲା । ବିଜେପି, କଂଗ୍ରେସ ଏବଂ କ୍ଷମତାସୀନ ଏମଏନଏଫ୍ ସମେତ ସବୁ ରାଜନୈତିକ ଦଳ ଏଥିରେ ସହମତ ହୋଇଥିଲେ । ସବୁ ରାଜନୈତିକ ଦଳ ଏନେଇ ନିର୍ବାଚନ କମିସନଙ୍କୁ ଏକ ଚିଠି ଲେଖିଥିଲେ । ଏଥିରେ ସବୁ ଦଳର ହସ୍ତାକ୍ଷର ମଧ୍ୟ ଥିଲା । ଚିଠିରେ ଲେଖାଯାଇଛି ଯେ, ରବିବାର ମିଜୋରାମରେ କୌଣସି ଆନୁଷ୍ଠାନିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ନାହିଁ । ନଭେମ୍ବର ୭ରେ ୪୦ ଆସନ ପାଇଁ ମିଜୋରାମରେ ଭୋଟ୍ ପଡ଼ିଥିଲା । ମିଜୋରାମ ନିର୍ବାଚନ ଫଳାଫଳର ତାରିଖ ବଦଳିଥିଲେ ବି ବାକି ୪ ରାଜ୍ୟର ଫଳାଫଳ ଡିସେମ୍ବର ୩ ତାରିଖରେ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ