Masthead

୩ ନୁହେଁ ୪ରେ ମିଜୋରାମ ରେଜଲ୍ଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଉ ଦିନକ ପରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବ। କିଏ ବାଜିମାତ୍‌ କଲା ଆଉ କିଏ ଧରାଶାୟୀ ହେଲା ଜଣାପଡିବ। ନଭେମ୍ବର ୩୦ରେ ତେଲଙ୍ଗାନା ନିର୍ବାଚନ ଶେଷ ହେବା ପରେ ୫ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହୋଇଛି। ଡିସେମ୍ବର ୩ ଅର୍ଥାତ୍‌ ରବିବାର ଭୋଟ ଗଣନା ହୋଇ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ବଦଳିଲା ତାରିଖ । ୩ ନୁହେଁ ୪ରେ ବାହାରିବ ମିଜୋରାମ ବିଧାନସଭା ନିର୍ବଚାନ ରେଜଲ୍ଟ । ୩ ବଦଳରେ ୪ ତାରିଖରେ ହେବ ଭୋଟ୍ ଗଣତି । ମିଜୋରାମ ନିର୍ବାଚନ ଫଳାଫଳ ତାରିଖ ବଦଳାଇବାକୁ ପୂର୍ବରୁ ଦାବି ହୋଇଆସୁଥିଲା ।

ରବିବାର ଇସାଇ ସମ୍ପ୍ରଦାୟଙ୍କ ପାଇଁ ପବିତ୍ର ହୋଇ ଥିବାରୁ ଏହିଦିନ ମତଗଣନା ନକରିବାକୁ ଦାବି ହୋଇଥିଲା । ବିଜେପି, କଂଗ୍ରେସ ଏବଂ କ୍ଷମତାସୀନ ଏମଏନଏଫ୍ ସମେତ ସବୁ ରାଜନୈତିକ ଦଳ ଏଥିରେ ସହମତ ହୋଇଥିଲେ । ସବୁ ରାଜନୈତିକ ଦଳ ଏନେଇ ନିର୍ବାଚନ କମିସନଙ୍କୁ ଏକ ଚିଠି ଲେଖିଥିଲେ । ଏଥିରେ ସବୁ ଦଳର ହସ୍ତାକ୍ଷର ମଧ୍ୟ ଥିଲା । ଚିଠିରେ ଲେଖାଯାଇଛି ଯେ, ରବିବାର ମିଜୋରାମରେ କୌଣସି ଆନୁଷ୍ଠାନିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ନାହିଁ । ନଭେମ୍ବର ୭ରେ ୪୦ ଆସନ ପାଇଁ ମିଜୋରାମରେ ଭୋଟ୍ ପଡ଼ିଥିଲା । ମିଜୋରାମ ନିର୍ବାଚନ ଫଳାଫଳର ତାରିଖ ବଦଳିଥିଲେ ବି ବାକି ୪ ରାଜ୍ୟର ଫଳାଫଳ ଡିସେମ୍ବର ୩ ତାରିଖରେ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି