Masthead

ଜଗା ଦର୍ଶନ ହେବ ସହଜ, ବଡଦାଣ୍ଡରେ ଭକ୍ତଙ୍କ ପାଇଁ ଏସି ଟନେଲ

ପୁରୀ(ବଡ଼ ଖବର ବ୍ୟୁର): ବଡ଼ଦାଣ୍ଡରେ ହେବ ଏସି ଟନେଲ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଏହି ଏସି ଟନେଲ ନିର୍ମାଣ କରାଯିବ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସୁଥିବା ଭକ୍ତଙ୍କୁ ମିଳିବ ଭିନ୍ନ ଅନୁଭୂତି । ମରିଚକୋଟ ଛକରୁ ବଡ଼ଦାଣ୍ଡରେ ସିଂହଦ୍ୱାର ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ସେଂଟ୍ରାଲ୍ ଏସି ଟନେଲର ବ୍ୟବସ୍ଥା କରାଯିବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଏହି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଡିସେମ୍ବର ୫ ତାରିଖ ସୁଦ୍ଧା ମରିଚିକୋଟ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ଉଠା ଦୋକାନୀଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଦୋକାନୀମାନଙ୍କୁ ଶ୍ରୀସେତୁ ନିକଟରେ ଥଇଥାନ କରିବାକୁ ଯୋଜାନ କରାଯାଇଛି । ସେହିପରି ଉଠା ଦୋକାନୀଙ୍କୁ ଆର୍ଥିକ ସହାୟତା ଦେବାକୁ ଯୋଜନା ହୋଇଛି । ଉଠାଦୋକାନ ହଟାଇ ସିଂଦ୍ୱାର ପର୍ଯ୍ୟନ୍ତ ଏକ ଏସି ଟନେଲ ବା’ ଲମ୍ବା ଛାୟାପ୍ରଦ ଛାଉଣି କରାଯିବ । ଏଥିରେ ସେଂଟ୍ରାଲ୍ ଏସି ବ୍ୟବସ୍ଥା ରହିବ । ଭକ୍ତମାନଙ୍କ ବିଶ୍ରାମ ପାଇଁ ମଝିରେ ମଝିରେ ବସିବା ବ୍ୟବସ୍ଥା ରହିବ । ଏପଟେ ପୁରୀ ଆସୁଥିବା ଭକ୍ତ ଓ ଦର୍ଶନାର୍ଥୀଙ୍କ ପାଇଁ ଖୋଲିଛି ଜେଲରୋଡ୍ ମଲ୍ଟି ଲେବଲ୍ କାର ପାର୍କିଂ । ଅତିରିକ୍ତ ଜିଲ୍ଲପାଳ ଏହାର ଶୁଭ ଉଦଘାଟନ କରିଛନ୍ତି ।

ଏହି ପାର୍କିଂ ପ୍ରାୟ ୫ଶହ କାର୍ ଓ ୫ଶହ ବାଇକ୍ ଏକକାଳୀନ ରହିପାରିବ । ଜଗନ୍ନାଥ ବଲ୍ଲଭ ପାର୍କିଂ ଫୁଲ୍ ହୋଇଯିବା ପରେ ଏହି ମଲ୍ଟି ଲେବଲ ପାର୍କିଂକୁ ବ୍ୟବହାର କରାଯାଇଛି । ଭୁବନେଶ୍ୱର ପରେ ଓଡ଼ିଶାର ଏହା ଦ୍ୱିତୀୟ ମଲ୍ଟି ଲେବଲ୍ କାର ପାର୍କିଂ । ଏହି ବ୍ୟବସ୍ଥା ଦ୍ୱାରା ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି