Masthead

ଆଫଗାନ୍ ପୂର୍ବତନ ମନ୍ତ୍ରୀ ପିଜା ବିକୁଛନ୍ତି

(ବଡ଼ ଖବର ବ୍ୟୁରୋ): ସମୟ କେତେବେଳେ କାହ ପାଇଁ ଆସେ ତାହା କେହି କହିପାରିବେ ନାହିଁ । ସେହିପରି ଏକଦା ସୁଟ୍-ବୁଟ୍ ପିନ୍ଧୁଥିବା ଏବଂ କଡା ସୁରକ୍ଷା ବଳୟ ଭିତରେ ରହୁଥିବା ମନ୍ତ୍ରୀ ବର୍ତ୍ତମାନ ପରିସ୍ଥିତିରେ ସାଇକେଲ ଦ୍ୱାରା ଜର୍ମାନୀରେ ପିଜା ଡେଲିଭରି କରୁଛନ୍ତି। ବାସ୍ତବରେ ଆଫଗାନିସ୍ତାନର ପୂର୍ବତନ ଆଇଟି ମନ୍ତ୍ରୀ ସୟଦ ଅହମ୍ମଦ ଶାହା ବର୍ତ୍ତମାନ ଜର୍ମାନୀରେ ବୁଲି ବୁଲି ପିଜା ବିକ୍ରି କରୁଛନ୍ତି। ପିଜା କମ୍ପାନୀର ୟୁନିଫର୍ମ ପିନ୍ଧି ସେ ଜର୍ମାନୀର ଲିପଜିଗରେ ଏକ ସାଇକେଲରେ ପିଜା ଡେଲିଭରି କରୁଛନ୍ତି ।

ସେ ଆଇଟି ମନ୍ତ୍ରୀ ଥିବାବେଳେ ଆଫଗାନିସ୍ତାନରେ ମୋବାଇଲ୍ ଫୋନ୍ ନେଟୱାର୍କକୁ ବଢାଇବାକୁ ପ୍ରମୁଖ ଭୂମିକା ନିର୍ଵାହ କରିଥିଲେ। ପରେ ସେ ଆଫଗାନିସ୍ତାନ ଛାଡି ଜର୍ମାନୀ ଆସିଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସୟଦ କହିଛନ୍ତି ଯେ ସେ ଗତବର୍ଷ ଆଇଟି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଅନେକ ପ୍ରସଙ୍ଗରେ ରାଷ୍ଟ୍ରପତି ଘାନିଙ୍କ ସହ ମତଭେଦ ହୋଇଥିଲା। ଇସ୍ତଫା ଦେବା ପରେ ସେ ଦେଶରେ କିଛି ଦିନ ବିତାଇଥିଲେ।

ଏହା ପରେ ସେ ଜର୍ମାନୀ ଯାଇଥିଲେ। ପ୍ରଥମେ ସବୁକିଛି ଠିକ୍ ଚାଲିଥିଲା । ପରେ ଟଙ୍କା ଅଭାବ ପଡିବାରୁ ତାଙ୍କୁ ପିଜା ଡେଲିଭରି କରିବାକୁ ପଡୁଛି । ସୂଚନା ଅନୁଯାୟୀ, ସୟଦ ୨୦୦୫ ରୁ ୨୦୧୩ ପର୍ଯ୍ୟନ୍ତ ଆଫଗାନିସ୍ତାନରେ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କର ମୁଖ୍ୟ ବୈଷୟିକ ପରାମର୍ଶଦାତାଙ୍କ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ