Before Header

ଯୁବତୀଙ୍କ ଠାରୁ ମୋବାଇଲ ଲୁଟ

0 37

କୋରେଇ (ବଡ଼ ଖବର ବ୍ୟୁରୋ): ଶଙ୍ଖଚିଲା ନିକଟସ୍ଥ ନାଉଡ଼ପୁର ଗାଁରେ ଯୁବତୀଙ୍କ ଠାରୁ ମୋବାଇଲ ଲୁଟ ଘଟଣା । ସିସିଟିଭିରୁ ମିଳିଲା ଲୁଟ ହେବା ବେଳର ଦୃଶ୍ୟ । ସୂଚନା ଅନୁସାରେ ଗତକାଲି ଶଙ୍ଖଚିଲା ଫାଣ୍ଡି ଅଧିନସ୍ଥ ନାଉଡୁ ପୁର ଗାଁର ଜଗବନ୍ଧୁ ବେହେରାଙ୍କ ଝିଅ ଛକରେ ଥିବା ଏକ ମୋବାଇଲ ଦୋକାନକୁ ଆସିଥିଲେ । ଏହି ସମୟରେ ଦୋକାନା ଭିତରେ ଥିବା ଯୁବକ ଯୁବତୀଙ୍କ ଠାରୁ ସୁନାଚେନ ଲୁଟ କରିବାକୁ ଉଦ୍ୟମ କରିଥିଲେ ।

କିନ୍ତୁ ବିଫଳ ହୋଇଥିଲେ । ପରେ ଯୁବତୀଙ୍କ ହାତରୁ ମୋବାଇଲ ଛଡାଇ ନେଇ ଦୌଡ଼ି ପଳାଇଥିଲେ। ତେବେ ଦୋକାନୀ ଠାରୁ ଆରମ୍ଭ କରି ଯୁବତୀ ଜଣକ ମୋବାଇଲ ଲୁଟେରାକୁ ଧରିବାକୁ ଚେଷ୍ଟା କରିଥିଲେ । ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ଶଙ୍ଖଚିଲା ଫାଣ୍ଡିରେ ଅଭିଯୋଗ କରାଯାଇଛି। ଫାଣ୍ଡି ଅଧିକାରୀ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.