Masthead

ଜଳପଥରେ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ

ପାରାଦୀପ, (ବଡ଼ ଖବର ବ୍ୟୁରୋ): ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ପୂରିବାକୁ ଯାଉଛି ୧୨ ବର୍ଷ। ୨୦୦୮ ନଭେମ୍ବର ୨୬ ସନ୍ଧ୍ୟାରେ ପାକିସ୍ତାନର ୧୦ ଆତଙ୍କବାଦୀ ଜଳପଥରେ ମୁମ୍ବାଇ ତଟରେ ପହଞ୍ଚି ଆରମ୍ଭ କରିଦେଇଥିଲେ ନରସଂହାର। ଏହି ଆତଙ୍କବାଦୀମାନେ ଏକାଧିକ ଦଳରେ ବିଭକ୍ତ ହୋଇ ମୁମ୍ବାଇର ହୋଟେଲ ତାଜ୍, ନରିମନ ହାଉସ୍, ହୋଟେଲ ଓବରାଏ-ଟ୍ରାଇଡେଣ୍ଟ, କାମା ହସ୍ପିଟାଲ, ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ, ଲିଓ ପୋଲ୍ଡ କାଫେ ଆଦି ଭିଆଇପି ସ୍ଥାନରେ ଆରମ୍ଭ କରିଥିଲେ ଆଖିବୁଜା ଗୁଳିବର୍ଷା। ଏହି ଆକ୍ରମଣରେ ୧୭୪ ଲୋକଙ୍କ ଜୀବନ ଯାଇଥିବାବେଳେ ବହୁ ପୋଲିସ କର୍ମଚାରୀ ସହିଦ ହୋଇଥିଲେ। ଶତାଧିକ ଲୋକ ଆହତ ହୋଇଥିଲେ। ଏହି ଘଟଣା ପରେ ଜଳପଥରେ ଭାରତର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆଉ ଆଜି ପାରାଦୀପରେ ମଧ୍ୟ ଏଭଳି ଏକ ଆତଙ୍କବାଦୀ ଦଳକୁ କାବୁ କରିଛନ୍ତି ଭାରତୀୟ ଯବାନ। ତେବେ ବାସ୍ତବରେ ଏପରି ଆତଙ୍କବାଦୀ ଆକ୍ରମଣ ହୋଇ ନ ଥିଲେ ମଧ୍ୟ ଆତଙ୍କବାଦୀଙ୍କ ମୁକାବିଲା ପାଇଁ ଏଠାରେ କରାଯାଇଥିଲା ମକଡ୍ରିଲ। ଜଳପଥରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ଆତଙ୍କବାଦୀଙ୍କ ମୁକାବିଲା କରିବା ପାଇଁ ନିୟମିତ ବ୍ୟବଧାନରେ ଉପକୂଳର ବିଭିନ୍ନ ସ୍ଥାନରେ ମକଡ୍ରିଲ ଏବଂ ସମରାଭ୍ୟାସ କରାଯାଉଛି। ଏହି କ୍ରମରେ ଆଜି ପାରାଦୀପରେ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ। ଚଳିତବର୍ଷ ଏହି ମିଶନର ନାମ ସାଗରକବଚ ଓଡ଼ିଶା-ୱେଷ୍ଟବେଙ୍ଗଲ ରଖାଯାଇଛି। ଏହି ମକଡ୍ରିଲରେ ସାମିଲ ହୋଇଛନ୍ତି ଭାରତୀୟ କୋଷ୍ଟଗାର୍ଡ, ଜଳସେନା, ପାରାଦୀପ ପୋର୍ଟ, ବନବିଭାଗ, ମତ୍ସ୍ୟବିଭାଗ, ଓଡ଼ିଶା ପୋଲିସ, ରେଲୱେ ସମେତ ୯ରୁ ଊର୍ଦ୍ଧ୍ୱ ବିଭାଗ। ଏହି ସମରାଭ୍ୟାସ ସବୁ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହ ବାହ୍ୟ ଶତ୍ରୁଙ୍କ ମୁକାବିଲା ପାଇଁ କରାଯାଉଛି। ଏଥିରେ ଜଣେ ଏଏସପି, ୪ ପ୍ଲାଟୁନ ପୋଲିସ ଫୋର୍ସ, ୪ ଆଇଆଇସି, ୫ ଏସଆଇ, ୨୦ କନଷ୍ଟେବଲ, ୨୦ ହୋମଗାର୍ଡ ନିୟୋଜିତ ହୋଇଛନ୍ତି। ରେଡ୍ ଓ ବ୍ଲ୍ୟୁ ନାମରେ ଦୁଇଟି ଟିମ୍ ଗଠନ କରାଯାଇଛି। ଗୋଟିଏ ଟିମ୍ ଛଦ୍ମ ବେଶରେ ଉପକୂଳରେ ପ୍ରବେଶ ପାଇଁ ଚେଷ୍ଟା କରିବେ ଓ ଅନ୍ୟ ଟିମ ସେମାନଙ୍କୁ ଧରିବାକୁ ପ୍ରୟାସ କରିବେ। ଦୁଇଦିନ ଧରି ଏହି ସମରାଭ୍ୟାସ ଚାଲିବ ବୋଲି ସୂଚନା ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ସହ ୨ ବାଇକ ଜବତ 🔴 ହାତ ଟେକିଦେଲେ ନବୀନ! 🔴 ଆସୁଛି ବଡ଼ ଲଘୁଚାପ 🔴 ପାକିସ୍ତାନ ପରେ ବାଂଲାଦେଶର ପାଳି 🔴 ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼, ୨୭ ମୃତ 🔴 ତୁର୍କୀ, ଅଜରବୈଜାନ ସହ ବନ୍ଦ ହେବ କାରବାର  🔴 ମାନିଲେ ପାକ୍ ପୂର୍ବତନ ବାୟୁସେନା ଅଧିକାରୀ, ପାକିସ୍ତାନି ଆୱାକ୍ସକୁ ନଷ୍ଟ କରିଛି ବ୍ରହ୍ମୋସ 🔴 ନୀରଜ ଚୋପ୍ରାଙ୍କ ନୂଆ ରେକର୍ଡ, ଜାଭେଲିନ ଥ୍ରୋରେ ୯୦ ମିଟର ପାର 🔴 ସତ ମାନିଲା ପାକିସ୍ତାନ, ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଛି 🔴 ତପସ୍ବିନୀ ଏକ୍ସପ୍ରେସକୁ ପଥରମାଡ 🔴 ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ସହ ୨ ବାଇକ ଜବତ 🔴 ହାତ ଟେକିଦେଲେ ନବୀନ! 🔴 ଆସୁଛି ବଡ଼ ଲଘୁଚାପ 🔴 ପାକିସ୍ତାନ ପରେ ବାଂଲାଦେଶର ପାଳି 🔴 ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼, ୨୭ ମୃତ 🔴 ତୁର୍କୀ, ଅଜରବୈଜାନ ସହ ବନ୍ଦ ହେବ କାରବାର  🔴 ମାନିଲେ ପାକ୍ ପୂର୍ବତନ ବାୟୁସେନା ଅଧିକାରୀ, ପାକିସ୍ତାନି ଆୱାକ୍ସକୁ ନଷ୍ଟ କରିଛି ବ୍ରହ୍ମୋସ 🔴 ନୀରଜ ଚୋପ୍ରାଙ୍କ ନୂଆ ରେକର୍ଡ, ଜାଭେଲିନ ଥ୍ରୋରେ ୯୦ ମିଟର ପାର 🔴 ସତ ମାନିଲା ପାକିସ୍ତାନ, ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଛି 🔴 ତପସ୍ବିନୀ ଏକ୍ସପ୍ରେସକୁ ପଥରମାଡ