Masthead

ଦୁର୍ନୀତିର ସମସ୍ତ ରେକର୍ଡ ଭାଙ୍ଗିଛନ୍ତି ମୋଦି ସରକାର : ଅରବିନ୍ଦ କେଜ୍‌ରିୱାଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସିଏଜି ରିପୋର୍ଟ ଆଧାରରେ ଆମ ଆଦମୀ ପାର୍ଟି ମୋଦି ସରକାରଙ୍କୁ ଘେରିଛି। ସିଏଜି ରିପୋର୍ଟରେ ଭାରତକୁ ଦୁର୍ନୀତିମୁକ୍ତ କରିବାକୁ ଦାବି କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପ୍ରକୃତ ଚେହେରା ପ୍ରକାଶ ପାଇଥିବା ଆପ ନେତାମାନେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ସିଏଜି ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଆଧାରରେ କହିଛନ୍ତି ଯେ, ମୋଦି ସରକାର ୭୫ ବର୍ଷର ଦୁର୍ନୀତିର ସମସ୍ତ ରେକର୍ଡ ଭାଙ୍ଗିଛନ୍ତି।

ଯେଉଁଠାରେ ପ୍ରଧାନମନ୍ତ୍ରୀ ଭାଷଣ ଦିଅନ୍ତି, ତାଙ୍କର ସବୁଠାରୁ ବଡ ଦାବି ହେଉଛି ଯେ ତାଙ୍କ ସରକାର ଦୁର୍ନୀତିକୁ ସମାପ୍ତ କରିଛନ୍ତି। କିନ୍ତୁ ସିଏଜି ମାଧ୍ୟମରେ ଏଭଳି ଏକ ଖୁଲାସା ହୋଇଛି,ଯେଉଁଥିରେ ଗତ ନଅ ବର୍ଷ ମଧ୍ୟରେ ମୋଦି ସରକାର ଉପରେ ସବୁଠାରୁ ବଡ ଦୁର୍ନୀତିର ଅଭିଯୋଗ ହୋଇଛି। ସେପଟେ ବରିଷ୍ଠ ଆପ ନେତା ସଞ୍ଜୟ ସିଂ କହିଛନ୍ତି ଯେ, ଦ୍ୱାରକା ଏକ୍ସପ୍ରେସୱେ କିମି ପିଛା ୧୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବ, କିନ୍ତୁ ମୋଦି ସରକାର ଏହାର ମୂଲ୍ୟ କିମି ପିଛା ୨୫୦ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି