Masthead

ଲାଲୁଙ୍କ ଟାର୍ଗେଟରେ ମୋଦି

ପୁର୍ନିଆ (ବଡ଼ ଖବର ବ୍ୟୁରୋ):  ବିହାରର ପୁର୍ନିଆରେ ଶୁକ୍ରବାର ଆୟୋଜିତ ହୋଇଥିଲା ମହାଗଠବନ୍ଧନ ସମାବେଶ । ବିହାର ସରକାକୁ ସମର୍ଥନ କରୁଥିବା ୭ଟି ରାଜନୈତିକ ଦଳ ସମେତ ଆରଜେଡି ଓ ଜେଡିୟୁ ଏହି ସମାବେଶର ଆୟୋଜନ କରିଥିଲେ । ବିଳମ୍ବରେ ହେଲେ ମଧ୍ୟ ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବ ଭର୍ଚୁଆଲରେ ବିଶାଳ ସମାବେଶକୁ ସମ୍ବୋଧିତ କରିଥିଲେ । ଲାଲୁ କହିଥିଲେ କେବଳ ବିହାର ହିଁ ନରେନ୍ଦ୍ର ମୋଦି ଓ ଆରଏସଏସ ରଥକୁ ଅଟକାଇ ପାରିବ । ଅତୀତରେ ବିହାରରେ ବିଜେପିର ଜୟଯାତ୍ରାକୁ ବିହାରରେ ହିଁ ଅଟକା ଯାଇଥିଲା । ଆଜି ଦେଶ ଖଣ୍ଡ ଖଣ୍ଡ ହେବାକୁ ବସିଛି । ଏହା ହେବାକୁ ଦିଆଯିବ ନାହିଁ ।

୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଓ ଆରଏସଏସକୁ ସମୁଚୀତ ଶିକ୍ଷା ଦିଆଯିବ । ବିଜେପି ଦଳ ନୁହେଁ, ଆରଏସଏସର ମାସ୍କ ବୋଲି ଲାଲୁ କହିଛନ୍ତି । ବିଜେପି ଓ ଆରଏସଏସ ସଂରକ୍ଷଣ ବିରୋଧୀ । ଦେଶରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକଛତ୍ରବାଦ ଶାସନ ଚାଲିଛି । ଏଭଳି ସ୍ଥିତିରେ ଦେଶକୁ ବଞ୍ଚାଇବୁ । ସମ୍ବିଧାନକୁ ବଞ୍ଚାଇବୁ । ଆମେ ସମସ୍ତେ ଏକଜୁଟ ରହିବୁ । ସେପଟେ ଲାଲୁ କହିଛନ୍ତି, ଯଦି ଦେଶ ପରିବର୍ତ୍ତନ ହୁଏ, ତେବେ ଦେଶ ପ୍ରଭାବିତ ହେବ । ଦେଶ ବିହାରକୁ ଅନୁକରଣ କରେ । ଲାଲୁ କହିଛନ୍ତି ଆରଜେଡି ଓ ଜେଡୟୁ ଏକ ।

ଏଥିରେ ସନ୍ଦେହ କରିବାର କିଛି ନାହିଁ । ଆମେ ସମସ୍ତେ ମିଶି ନିର୍ବାଚନ ଲଢିବା । ୨୦୨୪ ଲୋକସଭା ନିର୍ବାଚନରେ ରେକର୍ଡ ଭାଙ୍ଗିବା । ଲାଲୁଙ୍କ କଥାକୁ ସମର୍ଥନ କରିଥିଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । କହିଥିଲେ ଆମେ ସମସ୍ତେ ଏକାଠି ଅଛୁ । ଏକାଠି ଯୁଦ୍ଧ କରିବୁ । ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି କେନ୍ଦ୍ରରେ ଏପରି ସରକାର ଅଛି, ଲେ।କଙ୍କୁ ୫କେଜି ଲେଖାଏଁ ଚାଉଳ କିମ୍ବା ଗହମ ଦେଇ ଭୋଟ ମାଗୁଛି । ସୁପ୍ରିମକୋର୍ଟଙ୍କ ନିଦ୍ଦେଶ ଖାଦ୍ୟଶସ୍ୟ ବଣ୍ଟା ଯାଉଛି ।

ବିଜେପିରେ କୌଣସି ନେତା ନାହାନ୍ତି । ସମସ୍ତେ ଡିଲର । ବିଜେପି ଓ ଆରଏସଏସ ନୀତୀଶ କୁମାରଙ୍କ ଦଳକୁ ଭାଙ୍ଗିବାକୁ ବସିଛନ୍ତି । ରାଜନୈତିକ ବିଶେଷଜ୍ଞମାନେ ଏହି ମହାସମାବେଶକୁ ଗ୍ରାଣ୍ଡ ଆଲାଏନ୍ସର ଶକ୍ତି ପ୍ରଦର୍ଶନ ବୋଲି ଅଭିହିତ କରିଛନ୍ତି । ଏହି ମହା ସମାବେଶରେ ୫ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା