Masthead

ମନ୍ କୀ ବାତରେ ଓଡ଼ିଆ ଝିଅକୁ ମୋଦିଙ୍କ ପ୍ରଶଂସା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମନ୍ କୀ ବାତରେ ଓଡ଼ିଆ ଝିଅକୁ ପ୍ରଶଂସାକଲେ ମୋଦି । ଆଜି ରାଉରକେଲାର ଝିଅ ଭାଗ୍ୟଶ୍ରୀ ସାହୁଙ୍କ କଳାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିନା ତାଲିମରେ ତାଙ୍କ ତୂଳୀର ସ୍ପର୍ଶରେ ପଥର, କାଚ ବୋତଲ ଭଳି ଭଳିକି ଭଳି ପଦାର୍ଥ ଯେମିତି ଜୀବନ୍ତ ପାଲଟିଯାନ୍ତି । ଇଞ୍ଜିନିୟରିଂ ଛାତ୍ରୀ ଭାଗ୍ୟଶ୍ରୀ ଗତ କିଛି ଦିନ ହେଲା ପଟ୍ଟଚିତ୍ରକୁ ଆପଣାଇ ନେଇଛନ୍ତି । ଦୁଇ ବର୍ଷ ପୂର୍ବରୁ ସେ ପୁରୀ ଜିଲ୍ଲାର ରଘୁରାଜପୁରରେ ବିଭିନ୍ନ ଚିତ୍ର ସବୁ ଦେଖିବା ପରେ ପଟ୍ଟଚିତ୍ର ଆଙ୍କିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏହା ପରଠୁ ଭାଗ୍ୟଶ୍ରୀ କଲେଜ୍ ଯିବା ବାଟରେ ସଫ୍ଟ ଷ୍ଟୋନ୍ ସଂଗ୍ରହ କରି ରଖୁଥିଲେ । ଦିନକୁ ଦୁଇ ଘଣ୍ଟା ପଟ୍ଟଚିତ୍ର ଶୈଳୀରେ ସେଥିରେ ଚିତ୍ର ଆଙ୍କନ୍ତି । ଏହି ଚିତ୍ରସବୁକୁ ସାଙ୍ଗମାନଙ୍କୁ ଉପହାରରେ ଦିଅନ୍ତି ।

ଲକଡାଉନ ସମୟରେ ଏହି ସବୁ ପେଣ୍ଟିଂ ପାଇଁ ସେ ପ୍ରଚୁର ସମ୍ର ପାଇଥିଲେ । ଏବେ କର୍ମଶାଳା ବି ଆୟୋଜନ କରୁଛନ୍ତି। ବିଶେଷ କରି କିଛି ଦିନ ତଳେ ସେ ଆଙ୍କିଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଚିତ୍ର ମୋଦିଙ୍କ ମନ କିଣିପାରିଛି । ପ୍ରଧାନମନ୍ତ୍ରୀ ମୋଦି ଭାଗ୍ୟଶ୍ରୀଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଦେବା ସହ ଆଗକୁ ମଧ୍ୟ କଳା ମାଧ୍ୟମରେ ଅନେକ କିଛି ଶିଖାଯାଇପାରିବ ବୋଲି ସେ କହିଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ