Masthead

ସ୍କୁଲରେ ପିଲାଙ୍କ ହାତରେ ବହି ବଦଳରେ ଟାଙ୍ଗିଆ

କାମାକ୍ଷାନଗର (ବଡ଼ ଖବର ବ୍ୟୁରୋ): କୁନି କୁନି ପିଲାଙ୍କୁ କାଠ ହଣାଇଲେ ଶିକ୍ଷକ। ମଧ୍ୟାହ୍ନରେ ଅଣ୍ଡା ଦେବା ବଦଳରେ କଞ୍ଚା ଅଣ୍ଡା ବାଣ୍ଟିଲେ। ଭିଡିଓ ଭାଇରଲ ପରେ ଶିକ୍ଷାଧିକାରୀଙ୍କ ତଦନ୍ତ ନିର୍ଦ୍ଦେଶ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଗାଙ୍ଗିଯୋଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଗତକାଲି ବିଦ୍ୟାଳୟରେ ଛାତ୍ରମାନେ ମଧ୍ୟାହ୍ନ ଭୋଜନ ପାଇଁ ଟାଙ୍ଗିଆ ଧରି କାଠ ହାଣୁଥିବା ଦେଖିବାକୁ ମିଳିଛି ।

ଏଥିସହିତ ପିଲାଙ୍କୁ ମଧ୍ୟାହ୍ନଭୋଜନ ବିଳମ୍ବରେ ଖାଇବାକୁ ଦେଲେ ହେଲେ ମଧ୍ୟାହ୍ନଭୋଜନରେ ଅଣ୍ଡା ଖାଇବାକୁ ନଦେଇ ବରଂ କଞ୍ଚା ଅଣ୍ଡା ବଣ୍ଟା ଯାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଗାଙ୍ଗିଯୋଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏ ଦୃଶ୍ୟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଅଭିଭାବକ ଓ ବୁଦ୍ଧିଜୀବୀ ।

ସରକାର କୋମଳମତି ଶିଶୁଙ୍କ ଶିକ୍ଷାର ବିକାଶ ପାଇଁ ସର୍ବଶିକ୍ଷା ଅଭିଯାନ ସହିତ ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ନୂତନ ଗାଇଡ଼ ଲାଇନ ଆଣିଛନ୍ତି। ମାତ୍ର ବିଦ୍ୟାଳୟର ଶିକ୍ଷକ ଶାରୀରିକ ଓ ମାନସିକ ଦଣ୍ଡ ପ୍ରଦାନ କରିବା ଯାହା ଶିକ୍ଷା ନୀତିକୁ କୋଠରାଘାତ କରିଛି। ତେବେ ଭାଇରଲ ଭିଡିଓକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କାମାକ୍ଷାନଗର ବ୍ଲକ ଶିକ୍ଷାଧିକାରୀ ସରୋଜ କୁମାର ସାହୁ। ସେ କହିଛନ୍ତି ଏବିଓ ଏବଂ ସିଆରସିଙ୍କୁ ମୁଁ ତଦନ୍ତ ନିର୍ଦ୍ଦେଶ ଦେଇଛି। ଖୁବଶୀଘ୍ର ଆକ୍ସନ ନିଆଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ