ପଦ୍ମ ଧରିଲେ ସୌମ୍ୟଜିତ, ବିଜେଡିକୁ ଲାଗିଲା ଶକ୍ତ ଧକ୍କା

ଏରସମା (ବଡ଼ ଖବର ବ୍ୟୁରୋ): ବିଜେପି ରାଜ୍ୟ କାର୍ଯ୍ୟାଳୟ ପରିସରରେ ଜଗତସିଂହପୁର ଜିଲ୍ଲାର ବିଜେଡି ଯୁବ ସଭାପତି ସୋମ୍ୟଜିତ ମହାପାତ୍ର ଆନୁଷ୍ଠାନିକ ଭାବେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି। ଦଳ ତାଙ୍କୁ ଟିକଟ ଦେଇ ନଥବାରୁ ସେ ଅସନ୍ତୁଷ୍ଟ ଥିଲେ। ବିଜେଡି ପକ୍ଷରୁ ତାଙ୍କୁ ଚାନ୍ଦବାଲିର ସଂଯୋଜକ ଦାୟିତ୍ବ ପ୍ରଦାନ କରାଯାଇଥିଲା। ମାତ୍ର ସେ ଏହାକୁ ପ୍ରତ୍ୟାଖ୍ୟାନ କରି ପଦ୍ମ ଧରିଛନ୍ତି । ତାଙ୍କ ସହ ଜିଲା ସମ୍ପାଦକ ସୁନୀଲ କୁମାର ବିଶ୍ଵାଳ ଓ ଜିଲା ସାଧାରଣ ସମ୍ପାଦକ ଦୀପକ କୁମାର ଦାସ ପ୍ରମୁଖ ବିଜେପିରେ ଯୋଗ ଦେଇଛନ୍ତି।

ପରେ ବାଲିକୁଦାରେ ଥିବା ବିଜେପି କାର୍ଯ୍ୟାଳୟରେ ଶହ ଶହ କର୍ମୀକୁ ନେଇ ଶ୍ରୀ ମହାପାତ୍ରଙ୍କୁ ବାଲିକୁଦା ଏରସମା ନିର୍ବାଚନମଣ୍ଡଳିର ବିଧାୟକ ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତି ତାଙ୍କୁ ବିଜେପି ଉତ୍ତରୀ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ। କିପରି ବିଜେପି ପ୍ରାର୍ଥୀ ବିଜୟ ଲାଭ କରିବେ ।ଏହି ଦିଗରେ ଶ୍ରୀ ମହାପାତ୍ର ଦୃଷ୍ଟି ଦେବେ ଶ୍ରୀ ମହାପାତ୍ର କହିଛନ୍ତି । ସେପଟେ ଜିଲ୍ଲା ବରିଷ୍ଠ ଉପ ସଭାପତି ବିଜୟ ସ୍ବାଇଁ କହିଛନ୍ତି ଯିଏ ଦଳ ଛାଡେ ତାର ନିଜ ସ୍ବାର୍ଥ ପାଇଁ ଛାଡେ ତାହା କୈାଣସି ପ୍ରଭାବ ପଡ଼ିବନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’