Masthead

ବିରାଟକାୟ ଅହିରାଜ ଉଦ୍ଧାର

ମୋହନା (ବଡ଼ ଖବର ବ୍ୟୁରୋ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡ ଚନ୍ଦ୍ରଗିରି ବନାଞ୍ଚଳର ଚାନ୍ଦିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଫାଟକ ସମ୍ମୁଖରୁ ଏକ ବିରାଟ ଅହିରାଜ ସାପ ଉଦ୍ଧାର କରାଯାଇଛି । ଅହିରାଜ ସାପର ଲମ୍ବ ପ୍ରାୟ ୧୩ ଫୁଟ ହୋଇଥିବା କୁହାଯାଇଛି । ସ୍କୁଲ ସମ୍ମୁଖ ଡ୍ରେନରେ ଦୁଇଦିନ ଧରି ରହିଥିଲା । ସାପକୁ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହେବା ସହ ବନବିଭାଗକୁ ଜଣାଇଥିଲେ । କିନ୍ତୁ ବନବିଭାଗ କୌଣସି ପଦକ୍ଷେପ ନ ନେବାରୁ ସ୍ଥାନୀୟ ଲୋକେ ସ୍ନେକ୍ ହେଲ୍ପ ଲାଇନକୁ ଖବର ଦେଇଥିଲେ। ବ୍ରହ୍ମପୁର ସ୍ନେକ ହେଲ୍ପ ଲାଇନର ସଦସ୍ୟ ସକାଳୁ ସାପଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର କାର୍ଯ୍ୟରେ ଶ୍ରୀକାନ୍ତ ନାହାକ, ସ୍ୱାଧୀନ ସାହୁ, ଶୁଭମ ସାହୁ, ଶ୍ରୀକାନ୍ତ ସାହୁ ସହଯୋଗ କରିଥିଲେ । ଉଦ୍ଧାର ପରେ ସାପଟିକୁ ସୁରକ୍ଷିତ ଭାବେ ନିକଟସ୍ଥ ଲକ୍ଷାରୀ ଅଭୟାରଣ୍ୟ ଜଙ୍ଗଲରେ ଛଡ଼ାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ