Masthead

ଗଞ୍ଜେଇ ଚାଷ ଉପରେ ନଜର

ମୋହନା (ବଡ଼ ଖବର ବ୍ୟୁରୋ): ପୋଲିସ ଏବଂ ଅବକାରୀ ବିଭାଗର ଜ୍ଞାତସାରରେ ଗଜପତି ଜ଼ିଲ୍ଲାର ଆର. ଉଦୟଗିର ଥାନା ଅଞ୍ଚଳରେ ହୋଇଛି ବ୍ୟାପକ ଗଞ୍ଜେଇ ଚାଷ । ଏବେ ଗଞ୍ଜେଇ ଅମଳ ସମୟ । ଅମଳ ପୂର୍ବରୁ ସମୂଳେ ନଷ୍ଟ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀମାନେ ମିଳିତ ଭାବେ ଆର. ଉଦୟଗିର ଥାନା କୀରମା ପଞ୍ଚାୟତ ବିମାନପୁର ଗଁ ନିକଟରେ ହୋଇଥିବା ଗଞ୍ଜେଇ କ୍ଷେତରେ ଚଢାଉ କରିଥିଲେ । ୫୧ ଏକର ଜଙ୍ଗଲ ଜମିରେ ବେଆଇନ ଭାବେ ଚାଷ ହୋଇଥିବା ଗଞ୍ଜେଇଗଛକୁ କାଟି ପୋଡି ନଷ୍ଟ କରାଯାଇଛି । ପ୍ରାୟ ୧ ଲକ୍ଷ ୨ ହଜାର ୬୬୦ ଗଛ କାଟି ନଷ୍ଟ କରିଛନ୍ତି ଦସ୍ୱବ ବିଭାଗର କର୍ମଚାରୀ । ଯାହାର ଆନୁମାନିକ ମୂଲ୍ୟ ୧୦ କୋଟି ୨୬ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି କୁହାଯାଉଛି । ଏହି ଚଢ଼ାଉ ରେ ପୋଲିସ, ରାଜସ୍ୱ ବିଭାଗ, ବନ ବିଭାଗ ଓ ଅବକାରୀ ବିଭାଗ କର୍ମଚାରୀ ସାମିଲ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ