ମମତା ବାନାର୍ଜୀଙ୍କ ବିରୋଧରେ ସାଧୁଙ୍କ ରାଲି

ପଶ୍ଚିମବଙ୍ଗ (ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କୁ ବିରୋଧ । ମମତା ବାନାର୍ଜୀ ଭାରତ ସେବାଶ୍ରମ ସଂଗଠନର ସାଧୁଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ କୁନେଇ ସାଧୁ ମାନଙ୍କ ରାଲି । ପଶ୍ଚିମବଙ୍ଗର ସାଧୁମାନେ ଆସନ୍ତା ମେ’୨୪ରେ କୋଲକାତାରେ ଏକ ରାଲି କରିବାକୁ ନିଷ୍ପତ୍ତି ନେଇଛନ୍ତି । ବାସ୍ତବରେ ମମତା ବାନାର୍ଜୀ ଅଭିଯୋଗ କରିଥିଲେ ରାମକୃଷ୍ଣ ମିଶନର କିଛି ଭିକ୍ଷୁ ଆସାନସୋଲରେ ଭକ୍ତଙ୍କୁ ବିଜେପି ସପକ୍ଷରେ ଭୋଟ୍ ଦେବାକୁ କହିଛନ୍ତି । ଏହାସହ ମମତା କହିଛନ୍ତି ସମସ୍ତ ମଠ ବିଜେପି ନିଦେ୍ର୍ଦଶରେ କାର୍ଯ୍ୟ କରୁଛି । ଏହାକୁ ନେଇ ପଶ୍ଚିମବଙ୍ଗରେ ସାଧୁମାନଙ୍କର ସର୍ବୋଚ୍ଚ ସଂଗଠନ ବାଙ୍ଗୀୟ ସନ୍ୟାସୀ ସମାଜ ଦ୍ୱାରା ସନ୍ଥ ସ୍ବାଭିମାନ ଯାତ୍ରା ଆୟୋଜିତ ହେବ । ଏହି ରାଲିରେ ମମତାଙ୍କୁ ବିରୋଧ କରାଯିବ ମମତା ବାନାର୍ଜୀଙ୍କୁ ଲକ୍ଷ୍ୟ କରି ଭିଏଚପି ନେତା ସୌରିସ ମୁଖାର୍ଜୀ କହିଛନ୍ତି, ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ମୁଖ୍ୟମନ୍ତ୍ରୀ ଏପରି ମନ୍ତବ୍ୟ ଦେଇଛନ୍ତି । ଆମେ ଏହାକୁ ଦୃଢ଼ ନିନ୍ଦା କରୁଛୁ। ପଶ୍ଚିମବଙ୍ଗର ସାଧୁମାନେ ଏହି ମନ୍ତବ୍ୟ ବିରୋଧରେ ଏକ ରାଲି କରିବେ ବୋଲି ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ