Masthead

ଏହି ଜାଗାରେ ଲଗାନ୍ତୁ ଭଗବାନଙ୍କ ଫଟୋ । ଆପଣ ବି ହୋଇପାରିବେ ଧନବାନ

ବାସ୍ତୁଶାସ୍ତ୍ର ନିୟମ ଅନୁଯାୟୀ ଘରେ ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋ ରଖିବା ଦ୍ୱାରା ସକାରାତ୍ମକତା ବୃଦ୍ଧି ପାଇଥାଏ। ଜଲଦି ଖରାପ ସମୟ ମଧ୍ୟ ଦୂର ହେବା ସହିତ ସମସ୍ୟା ଦୂର ହୋଇଥାଏ। ଶିବପୁରାଣ ଅନୁଯାୟୀ, ଭଗବାନଙ୍କ ଇଛାରେ ସୃଷ୍ଟିର ରଚନା ବ୍ରହ୍ମାଙ୍କ ଦ୍ୱାରା କରାଯାଇଛି। ଅଧିକାଂଶ ଲୋକେ ଭଗବାନଙ୍କ ପ୍ରତିମା ଘରେ ରଖିଥାନ୍ତି। ଜାଣନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ଭଗବାନଙ୍କ ଫଟୋ କେଉଁଠି ଲଗାଇବା ଉଚିତ ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ଦେବୀଦେବତାଙ୍କ ପ୍ରତିମା ଲଗାଇବା ଦ୍ୱାରା ନକାରାତ୍ମକ ପ୍ରଭାବ ପଡିନଥାଏ । ଯଦି ଭୁଲ ଦିଗ କିମ୍ବା ଭୁଲ ଉପାୟରେ ଘରେ ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋ ଲାଗିଯାଏ ତେବେ ଜୀବନରେ ଅନେକ ସମସ୍ୟା ଦେଖାଯାଇପାରେ।

• ଘରେ ଏକାଠି ଭଗବାନ ଶଙ୍କର, ମା’ ପାର୍ବତୀ, ଗଣେଶ ଏବଂ କାର୍ତ୍ତିକଙ୍କ ଫଟୋ ଲଗାନ୍ତୁ । ଏହି ଫଟୋ ଘରେ ରଖିବା ଦ୍ୱାରା କଳହ ଏବଂ ବିବାଦ ଦେଖାଯାଇନଥାଏ। ଏଥିସହ ଘରର ପିଲାମାନେ ମଧ୍ୟ ଆଜ୍ଞାକାରୀ ହୋଇଥାନ୍ତି।
• କେବେ ବି ଭଗବାନଙ୍କ କ୍ରୋଧିତ ଥିବା ଫଟୋ ଘରେ ଲଗାନ୍ତୁ ନାହିଁ । କାରଣ ଏହା ବିନାଶର ପ୍ରତୀକ ହୋଇଥାଏ ।

• ଘରର ବାହାର ପାଶ୍ୱର୍ରେ(ଦାଣ୍ଡ ଦ୍ୱାରରେ) ଗଣେଶ କିମ୍ବା ପଞ୍ଚମୁଖି ହନୁମାନଙ୍କ ଫଟୋ ଲଗାନ୍ତୁ । ଏହା ଲଗାଇବା ଦ୍ୱାରା ବାହାର ବିପଦ ଘରକୁ ନ ଆସିବା ସହ ବିଘ୍ନ ବିନାଶ ହୋଇଥାଏ ।
• ଭଗବାନଙ୍କ ପ୍ରତିମା ରଖିବା ସ୍ଥାନକୁ ସର୍ବଦା ସଫା ସୁତୁରା ରଖନ୍ତୁ । ଏହା ଦ୍ୱାରା ଲକ୍ଷ୍ମୀ ଆସିବା ସହିତ ଧନ ମଧ୍ୟ ବଢିଥାଏ ।
• ସକାଳ ଏବଂ ସନ୍ଧ୍ୟା ସମୟରେ ଗାୟତ୍ରୀ ମନ୍ତ୍ର ଶୁଣନ୍ତୁ କିମ୍ବା ଜପ କରନ୍ତୁ । ଏହା କରିବା ଦ୍ୱାରା ଘରେ ଶାନ୍ତି ବାତାବରଣ ସୃଷ୍ଟି ହେବା ସହ ଆୟୁଷ ମଧ୍ୟ ବଢିଥାଏ ।
• ଘର ର ଶୋଇବା ଘରେ ରାଧାକୃଷ୍ଣଙ୍କ ଫଟୋ ଲଗାନ୍ତୁ । ଏହା ଦ୍ୱାରା ପ୍ରେମ ସମ୍ପର୍କ ବଢିବା ସହ ଘରେ ଶାନ୍ତି ବାତାବରଣ ସୃଷ୍ଟି ହେବା ସହ ଘରକୁ ଲକ୍ଷ୍ମୀ ଆସିଥାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ 🔴 ଥାନାର ଥାର୍ଡ଼ ଡିଗ୍ରୀ ଘଟଣା, ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ 🔴 6 ଘଣ୍ଟିଆ ପୁରୀ ବନ୍ଦ 🔴 ୩ ଦିନିଆ ଦିଲ୍ଲୀ ଗସ୍ତ ସାରି ଫେରିବେ ମୋହନ ମାଝୀ 🔴 ଡ୍ରଗ୍ସ କଣ୍ଟ୍ରୋଲର ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ନବ ଦାସ ହତ୍ୟାକାଣ୍ଡ, ଆଜି ସାକ୍ଷ୍ୟ ଗ୍ରହଣ 🔴 ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା 🔴 ଦୁଇ କିମି ଖଟିଆରେ ବୁହା ହେଲା ଶବ 🔴 ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ 🔴 ଥାନାର ଥାର୍ଡ଼ ଡିଗ୍ରୀ ଘଟଣା, ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ 🔴 6 ଘଣ୍ଟିଆ ପୁରୀ ବନ୍ଦ 🔴 ୩ ଦିନିଆ ଦିଲ୍ଲୀ ଗସ୍ତ ସାରି ଫେରିବେ ମୋହନ ମାଝୀ 🔴 ଡ୍ରଗ୍ସ କଣ୍ଟ୍ରୋଲର ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ନବ ଦାସ ହତ୍ୟାକାଣ୍ଡ, ଆଜି ସାକ୍ଷ୍ୟ ଗ୍ରହଣ 🔴 ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା 🔴 ଦୁଇ କିମି ଖଟିଆରେ ବୁହା ହେଲା ଶବ