Masthead

ରାମ ନବମୀରେ ରାମଲଲାଙ୍କ ହେବ ସୂର୍ଯ୍ୟ ତିଲକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଶ୍ରୀରାମ ନବମୀ । ସବୁଠି ଉତ୍ସବର ପରିବେଶ । ପ୍ରାଣ ପ୍ରତିଷ୍ଠା ପରେ ଆଜି ଅଯୋଧ୍ୟାରେ ପ୍ରଥମ ରାମ ନବମୀ ପାଳିତ ହେଉଛି । ଏଥିପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଲାଣି । ଅଯୋଧ୍ୟାରେ ଅଲୌକିକ ଦୃଶ୍ୟ ଦେଖିବ ଦେଶ । ପ୍ରଥମ ଥର ପାଇଁ ରାମ ମନ୍ଦିରରେ ଭଗବାନ ରାମଙ୍କ ହେବ ସୂର୍ଯ୍ୟ ତିଲକ । ରାମଲଲାଙ୍କ କପାଳରେ ପଡ଼ିବ ସୂର୍ଯ୍ୟଙ୍କ କିରଣ । ୫ ମିନିଟ ପର୍ଯ୍ୟନ୍ତ ଚାଲିବ ଏହି ପ୍ରକ୍ରିୟା । ସେପଟେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ସକାଳୁ ସକାଳୁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ ।ଆଜି ଦିନ ୧୨ଟା ୧୬ ମିନିଟରେ ରାମଲଲାଙ୍କ କପାଳରେ ପଡ଼ିବ ସୂର୍ଯ୍ୟଙ୍କ କିରଣ ।

୫ ମିନିଟ ଯାଏ ଦୃଶ୍ୟମାନ ହେବ ସୂର୍ଯ୍ୟ ତିଲକ । ଅଢ଼େଇ ମିନିଟ ଯାଏ ସୂର୍ଯ୍ୟଙ୍କ ପ୍ରଖର କିରଣ ରହିବ । ୭୫ ମିଲିମିଟର ଗୋଲେଇର ସୂର୍ଯ୍ୟ ତିଲକ । ପ୍ରାୟ ୫୦ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ସମ୍ଭାବନା । ସୂର୍ଯ୍ୟ ତିଲକ ନୀତି ଦେଖିବା ପାଇଁ ୧୦୦ ଏଲଇଡିର ବ୍ୟବସ୍ଥା ।ସୂର୍ଯ୍ୟ ତିଲକ ପାଇଁ ଦର୍ପଣ, ଲେନ୍ସ ଏବଂ ପିତ୍ତଳର ଏକ ବ୍ୟବସ୍ଥା ବ୍ୟବହୃତ ହୋଇଛି । ଏଥିପାଇଁ କୌଣସି ପ୍ରକାରର ବିଦ୍ୟୁତ୍ କିମ୍ବା ବ୍ୟାଟେରୀ ଆବଶ୍ୟକ ହେବ ନାହିଁ ।

ବୈଜ୍ଞାନିକମାନେ ଏହି ପ୍ରଣାଳୀର ନାମ ସୂର୍ଯ୍ୟ ରଶ୍ମୀ ରଖିଛନ୍ତି। ରାମ ନବମୀ ଦିନ, ରାମ ଲାଲାଙ୍କ କପାଳରେ ମଧ୍ୟାହ୍ନ ୧୨ ଟା ସମୟରେ ୪ ମିନିଟ୍ ପାଇଁ ସଜାଯିବ । ସେପଟେ ସାରା ଦେଶରୁ ୨୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଅଯୋଧ୍ୟାରେ ପହଞ୍ଚିବେ ବୋଲି ଆକଳନ କରାଯାଉଛି । ଶ୍ରଦ୍ଧାଳୁଙ୍କ ଆଗମନ ପାଇଁ ୯୦ ବିମାନ, ୧୦୦ଟି ଟ୍ରେନର ବ୍ୟବସ୍ଥା ହୋଇଛି । ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଅଯୋଧ୍ୟାରେ ବ୍ୟାପକ ଆୟୋଜନ କରାଯାଇଛି । ସୁରକ୍ଷାରେ ମୁତୟନ ହୋଇଛନ୍ତି ୨ ହଜାର ପୋଲିସ କର୍ମୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ!