Masthead

ଅନ୍ଧ ବିଶ୍ୱାସର କୁପରିଣତି, ଭେଣ୍ଡିଆ ପୁଅକୁ ବଳି ଦେଲା ମାଆ

ଭୋପାଳ(ବଡ଼ ଖବର ବ୍ୟୁରୋ): ପୁଅଟିଏ ପାଇବା ପାଇଁ ମାଆ କ’ଣ ନକରେ । ସବୁ କଷ୍ଟକୁ ସେ ହସି ହସି ସହିଯାଏ । ମାତ୍ର ସେହି ମାଆ ସତରେ କ’ଣ ରାକ୍ଷସୀ ହୋଇପାରେ । ହଁ, ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାରେ ଜଣେ ମାଆ କ୍ଷଣିକ ପାଇଁ ହୋଇଯାଇଛି ରାକ୍ଷସୀ । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନିଜ ଭେଣ୍ଡିଆ ପୁଅକୁ ସେ ବଳି ପକାଇଦେଇଛନ୍ତି । ଗୁରୁବାର ପନ୍ନା ଜିଲ୍ଲାର କୋଟୱାଲି ଥାନା ଅନ୍ତର୍ଗତ କୋହନି ଗ୍ରାମରେ ଏହି ଜଘନ୍ୟ ଘଟଣା ଘଟିଛି।

କୋଟୱାଲୀ ଥାନା ଆଇଆଇସି ଅରୁଣ ସୋନି କହିଛନ୍ତି କୋହନି ଗ୍ରାମର ସୁନିଆବାଇ ଲୋଦି ( ୫୦) ଦୁଇବର୍ଷ ଧରି କିଛି ଐଶ୍ୱରୀୟ ପ୍ରଭାବ ଅନୁଭବ କରୁଥିଲେ । ଧୀରେ ଧୀରେ ସେ ଅନ୍ଧବିଶ୍ୱାସର ଅନ୍ଧଗଳିରେ ଫସିଯାଇଥିଲେ । ମା’ ତାଙ୍କୁ ବଳି ମାଗିଥିବା ସୁନିଆବାଇ କହିଛନ୍ତି । ବଳି ଦେବାକୁ ସେ ନିଜ ପୁଅକୁ ଠିକ୍ କରିଥିଲେ । ସୁନିଆବାଇଙ୍କ ସ୍ୱାମୀ ଏବଂ ପୁଅ ଦ୍ୱାରିକା(୨୪) ଘରେ ଅଲଗା ଅଲଗା ଶୋଇଥିଲେ । ରାତିର ଶେଷ ପ୍ରହରରେ ସୁନିଆବାଇ ଏକ କୁରାଢିରେ ନିଜ ପୁଅର ବେକ କାଟି ଦେଇଥିଲେ।
ପୁଅର ମୁଣ୍ଡଗଣ୍ଡି ଅଲଗା ହୋଇ ଛଟପଟ ହେଉଥିବା ବେଳେ ମାଆ ସୁନିଆବାଇ ତାଙ୍କ ଆରାଧ୍ୟ ଦେବୀଙ୍କୁ ଉଚ୍ଚ ସ୍ୱରରେ ଡାକିଥିଲେ । କିଛି ସମୟ ପରେ ସୁନିଆବାଇଙ୍କ ମୋହ ଭାଙ୍ଗିଥିଲା । ପୁଅର ରକ୍ତାକ୍ତ ଶବ ଦେଖି ସେ ତୁରନ୍ତ ସ୍ୱାମୀଙ୍କୁ ନିଦରୁ ଉଠାଇ ସମସ୍ତ ଘଟଣା କହିଥିଲେ ।
ପରେ ଏହି ଘଟଣା ବିଜୁଳି ବେଗରେ ଗାଁରେ ବ୍ୟାପୀଯାଇଥିଲା । ଲୋକମାନେ ସୁନିଆବାଇଙ୍କ ଘର ଆଗରେ ଜମା ହୋଇଯାଇଥିଲେ । ପୋଲିସ ପାଖରେ ପହଞ୍ଚିଥିଲେ ଖବର । ପୋଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ସୁନିଆବମାଇଙ୍କୁ ଗିରଫ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ