ବାରଣାସୀ (ବଡ଼ ଖବର ବ୍ୟୁରୋ): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣସୀ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ କାଶୀ ସହ ତାଙ୍କର ମାଆ ପୁଅର ସମ୍ପର୍କ ଥିବା କହିଛନ୍ତି । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ପ୍ରଧାନମନ୍ତ୍ରୀ ମୋଦି ଏହି ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଆଜି ୧୦ ବର୍ଷ ପରେ ଅନୁଭବ ହେଉଛି ଯେମିତି ମାତା ଗଙ୍ଗା ମୋତେ କୋଳେଇ ନେଇଛନ୍ତି । କାଶୀ ସହ ମୋ ସମ୍ପର୍କ ଅଦ୍ଭୁତ, ଅବିଚ୍ଛେଦ୍ୟ ଏବଂ ତୁଳନାତ୍ମକ ନୁହେଁ । ଏହାକୁ ଶବ୍ଦରେ ବ୍ୟାଖ୍ୟା କରାଯାଇପାରିବ ନାହିଁ !’