Masthead

ପ୍ରଚାର ବେଳେ ବିରୋଧ, ବିଜେପି-ବିଜେଡି କର୍ମୀ ମୁହାଁମୁହିଁ

ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ): ପ୍ରଚାର ବେଳେ ବିରୋଧ ଘଟଣାକୁ ନେଇ ଉତ୍ତେଜନା । ଥାନା ଭିତରେ ବିଜେପି-ବିଜେି କର୍ମୀ ମୁହାଁମୁହିଁ। ସୋମବାର ସନ୍ଧ୍ୟାରେ ଝାରସୁଗୁଡ଼ା ଥାନା ବୁରୋମାଳରେ ବିଜେପି ମହିଳା ମୋର୍ଚ୍ଚାର ପ୍ରଚାର ବେଳେ ବିଜେଡି କର୍ମୀଙ୍କ ବିରୋଧ ଘଟଣାକୁ ନେଇ ଥାନା ଘେରାଉ ହୋଇଥିଲା। ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଶତାଧିକ ବିଜେଡି କର୍ମୀ ଥାନା ଭିତରକୁ ଯାଇଥିଲେ। ଯାହାକୁ ନେଇ ଥାନା ଭିତରେ ହିଁ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହେବା ସହିତ ଉତ୍ତେଜନା ପ୍ରକାଶ ପାଇଥିଲା।

ବିଜେଡି ପକ୍ଷରୁ ମଧ୍ୟ ବୁରୋମାଲର ଘଟଣାକୁ ନେଇ ପାଲଟା ଏତଲା ଦିଆଯାଇଥିଲା। ଝାରସୁଗୁଡ଼ା ଏସଡିପିଓ ଉମାଶଙ୍କର ସିଂ ଓ ଥାନାଧିକାରୀ ରଞ୍ଜନ ବରିହା ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ଅଭିଯୋଗ ଅନୁସାରେ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ମହିଳା ମୋର୍ଚ୍ଚାର ସଦସ୍ୟ, ଶ୍ରୀ ତ୍ରିପାଠୀଙ୍କ ସ୍ତ୍ରୀ ଗୁଡ଼ିଆ ମିଶ୍ର ପ୍ରମୁଖ ବୁରୋମାଲରେ ପ୍ରଚାର କରୁଥିଲେ। ଏହି ସମୟରେ ବିଜେଡିର କିଛି କର୍ମକର୍ତ୍ତା ପହଞ୍ଚି ସେଠାରେ ମହିଳା ମୋର୍ଚ୍ଚାର ସଦସ୍ୟାଙ୍କୁ ବିରୋଧ କରିଥିଲେ । ଲୋକଙ୍କ ଘରକୁ ପ୍ରଚାର ପାଇଁ ଯିବା ବେଳେ ଲୋକଙ୍କ ଘର କବାଟ ବନ୍ଦ କରି ପୁସିଂ କାର୍ଡ ଦେବାରେ ବିରୋଧ କରିଥିଲେ। ଯାହାକୁ ନେଇ ଉଭୟ ଦଳର କର୍ମକର୍ତ୍ତା ସନ୍ଧ୍ୟାରେ ମୁହାଁମୁହିଁ ହୋଇଥିଲେ।

ଯେଉଁଠି ମହିଳାଙ୍କୁ ଅସଦାଚରଣ କରାଯାଇଥିଲା। ପୁଲିସ୍ ବି ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ କୌଣସି ପଦକ୍ଷେପ ନେଇନଥିଲା। ଏହି ଘଟଣା ପରେ ବିଜେପି କର୍ମକର୍ତ୍ତା ଘଟଣାସ୍ଥଳରୁ ଚାଲି ଆସିଥିଲେ। ସେମାନେ ଥାନାରେ ତ ଏତଲା ଦେବା ସହିତ ତୁରନ୍ତ ବିଜେଡି କର୍ମୀଙ୍କୁ ଗିରଫ କରିବା ଦାବି ନେଇ ଧାରଣାରେ ବସିଥିଲେ। ତେବେ ସନ୍ଧ୍ୟା ୮ଟାରୁ ରାତି ସାଢ଼େ ୧୦ଟା ଯାଏ ପୁଲିସ୍ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିନଥିଲା। ଯାହାକୁ ନେଇ ବିଜେପି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଏହି ସମୟରେ ବିଜେଡି କର୍ମୀମାନେ ଥାନା ଭିତରକୁ ଏତଲା ପାଇଁ ଯିବା ପରେ ସ୍ଥିତି ଅଣାୟତ୍ତ ହୋଇପଡିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା