Masthead

ସାପକୁ କାମୁଡ଼ିଲା ମଣିଷ

ଯାଜପୁର (ବଡ଼ ଖବର ବ୍ୟୁରୋ): ସାପର ଆଘାତରେ ଆହତ ହୋଇ ସାପକୁ କାମୁଡିଲେ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନମଣ୍ତଳୀ ଦାନଗଦି ବ୍ଲକ ଶାଳିଜଙ୍ଗା ପାଞ୍ଚୟତ ଗମ୍ଭାରୀପାଟିଆ ଗ୍ରାମରେ । ଏହି ଗ୍ରାମରେ ରହୁଥିବା ଜୁରା ବଦରାଙ୍କ ପୁଅ କିଶୋର ବଦରା ଗୁରୁବାର ସନ୍ଧ୍ୟା ୬ଟାରେ ଚାଷ ଜମିରୁ ଫେରିବା ସମୟରେ ତାଙ୍କୁ ସର୍ପଘାତ କରିଥିଲା । ପରେ କିଶୋର ନିଜେ ସାପଟିକୁ କାବୁ କରିଥିଲେ ।

ଏହାକୁ ଦେଖିବାମାତ୍ରେ କିଶୋର ସଙ୍ଗେସଙ୍ଗେ ପ୍ରତିଶୋଧ ପରାୟଣ ହୋଇ ସାପଟିକୁ ଅତି ନିର୍ମମ ଭାବେ କାମୁଡି କାମୁଡି ମାରିଦେବା ସହ ତା ରକ୍ତକୁ ପିଇ ଦେଇଥିଲେ । ପରେ ଘରକୁ ଫେରି ତାଙ୍କ ସ୍ତ୍ରୀକୁ ଏ କଥା ଜଣାଇଥିଲେ ଓ ହାତରେ ସାପଟିକୁ ଧରି ଗାଁରେ ବୁଲୁଥିବାବେଳେ ଲୋକମାନେ ଏହାକୁ ଦେଖିବାକୁ ପାଇଥିଲେ ।

ସେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୁଣିଆ ପାଖକୁ ଯାଇ ଝଡ଼ା ଫୁଙ୍କା ଆରମ୍ଭ କରିଥିଲେ। କିନ୍ତୁ ମେଡିକାଲ ଯାଇ ନଥିଲେ । ପରେ ସେ ଗାଁ ପାଖ ଗଳିସନ୍ଧି ନାମକ ଏକ ସ୍ଥାନକୁ ଯାଇ ଝଡା ଫୁଙ୍କା କରିଥିବା କହିଛନ୍ତି । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣା ପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ