Masthead

୩୦ ଲକ୍ଷ ଟଙ୍କାର ମଦ ପିଇଦେଲା ମୂଷା

କୋତବାଲୀ (ବଡ଼ ଖବର ବ୍ୟୁରୋ): ମଦ ପିଇଦେଲା ମୂଷା । ୨୪୦୦ ପେଟି ମଦ ମୂଷା ପେଟରେ ପଡିଲା । ଏଭଳି ଏକ ଖବର ଦେଖିବାକୁ ମିଳିଛି ୟୁପିରୁ । ପେଟି ପେଟି ମଦ ସଫା କରିଦେଲା ମୂଷା । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ୟୁପିରୁ ଆସିଥିବା ଏହି ଘଟଣା ସମସ୍ତଙ୍କୁ ଚକିତ କରିରଖିଛି । କ୍ରାଇମବ୍ରାଞ୍ଚର ରିପୋର୍ଟରେ ଲେଖାଯାଇଛି ଯେ, ଚୋରାମଦ ଥାନାରୁ କୁଆଡେ ଗାଏବ ହୋଇନି ବରଂ ମଦ ମୂଷା ପିଇଦେଇଛି। ମାର୍ଚ୍ଚ ୧୧ରେ ଥାନା ଅଧିନ କୋତବାଲୀ ଅଞ୍ଚଳରେ ରେଡ କରି ପୋଲିସ ବିପୁଳ ମଦ ଜବତ କରିଥିଲା।

ପାଖାପାଖି ୨୪୦୦ ପେଟି ମଦ ଜବତ କରିଥିଲା ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ । କିନ୍ତୁ ଆଶ୍ଚର୍ଯ୍ୟର କଥା ଥାନାରେ ଥିବା ଜବତ ମଦ ପରେ ଗାଏବ ହୋଇଥିବା ଜଣାପଡିଥିଲା । ଘଟଣାରେ ପୋଲିସର ହାତ ଥିବା ଅଭିଯୋଗ ହେବା ପରେ ଜିଲ୍ଲା ଅଧିକାରୀ ସମ୍ପୃକ୍ତ ଥାନାର ଇନସପେକ୍ଟର ଏବଂ ତାଙ୍କ ସହଯୋଗୀଙ୍କୁ ନିଲମ୍ବିତ କରିବା ସହ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଥିଲେ ।

ପରେ ଏହି ମଦ ଗାଏବ ମାମଲା ଆଲିଗଡ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା । ସବୁଠାରୁ ଚକିତ କରିଦେଲା ମଦ ମାମଲାରେ କ୍ରାଇମବ୍ରାଞ୍ଚ ରିପୋର୍ଟ । ତଦନ୍ତ କରି କ୍ରାଇମବ୍ରାଞ୍ଚ ଟିମ ଜେନେରାଲ ଡାଏରୀରେ ଯାହା ଲେଖିଛି ତାହା ଶୁଣିଲେ ଆପଣ ବିଶ୍ୱାସ ବି କରି ପାରିବେନି । କ୍ରାଇମବ୍ରାଞ୍ଚ କହିଛି ମଦ ଥାନାରୁ ଗାଏବ ହୋଇନି ବରଂ ମୂଷା ସବୁ ମଦ ପିଇଦେଇଛି । ଜବତ ହୋଇଥିବା ୨୪୦୦ ପେଟି ମଦ ମୂଷା ପେଟକୁ ଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ