Before Header

ଓଡ଼ିଶା ହରାଇବ ୪୬୦ ମେଗାୱାଟ ବିଦ୍ୟୁତଶକ୍ତି

0 46

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ଦୀର୍ଘ ୫୪ବର୍ଷଧରି ନିରବଛିନ୍ନଭାବେ ବିଜୁଳି ଉତ୍ପାଦନ କରିଆସୁଥିବା ଅନୁଗୁଳର ଟିଟିପିଏସ ଆଉ କିଛି ଘଣ୍ଟାପରେ ବନ୍ଦ ହେବ । ୧୮ଶହ ପରିବାର ହେବେ ହନ୍ତସନ୍ତ । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଉଦ୍ୟୋଗୀମାନଙ୍କୁ ନିମନ୍ତ୍ରଣ କରୁଥିବା ରାଜ୍ୟ ସରକାର ଟିଟିପିଏସକୁ ନେଇ କେନ୍ଦ୍ରକୁ ଚିଠିଲେଖି ନିରବରେ ବସି ରହିବା ରାଜ୍ୟବାସୀଙ୍କୁ ଚକିତ କରିଛି । ବୁଧବାର ସନ୍ଧ୍ୟାରେ ସରିଯିବ ଅନୁଗୁଳ ଜିଲ୍ଲା ତାଳଚେରରେ ଥିବା ସିସିପିଏସର ପଲ୍ୟୁସନ ସାର୍ଟିଫିକେଟର ସମୟ ଅବଧି ।

ବାଧ୍ୟ ହୋଇ କର୍ତ୍ତୃପକ୍ଷ ଏହି ତାପଜ ବିଦ୍ୟୁତ୍ ପ୍ଲାଣ୍ଟରେ ଝୁଲାଇବେ ତାଲା । ଚାକିରି ହରାଇବେ ୪ଶହ ସ୍ଥାୟୀ ଓ ୧୪ଶହ ଅସ୍ଥାୟୀ କର୍ମଚାରୀ । ଦୀର୍ଘ ୫୪ବର୍ଷଧରି ବିଜୁଳି ଉତ୍ପାଦନ କରି ଓଡ଼ିଶାବାସୀଙ୍କୁ ଆଲୋକିତ କରିଆସୁଥିବା ଟିଟିପିଏସ ପୁଣି କାର୍ଯ୍ୟକ୍ଷମ ହେବ କି ନାହିଁ ଶ୍ରମିକ ଓ କର୍ମଚାରୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି । ୧୪ଶହ ପରିବାରକୁ ବଞ୍ଚିବାର ରାହା ଯୋଗାଉଥିବା ଟିଟିପିଏସ ବନ୍ଦ ହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଶ୍ରମିକ ଓ କର୍ମଚାରୀମାନେ ସ୍ପଷ୍ଟ କରିଛନ୍ତି ।

ପ୍ରଶାସନିକ ଅଧିକାରୀଙ୍କ ଷଢଯନ୍ତ୍ରର ଶିକାର ହୋଇଛି ଏହି ପାୱାର ପ୍ଲାଣ୍ଟ । ଏହାର ସମ୍ପ୍ରସାରଣ ପାଇଁ ଉଦ୍ୟମ ଚାଲିଥିବା ବେଳେ ପ୍ରଥମ ଓ ଦ୍ୱିତୀୟ ୟୁନିଟ୍ ବନ୍ଦ କରିବାକୁ ବିଭିନ୍ନ ବାହାନା ଦେଖାଇ କର୍ତ୍ତୃପକ୍ଷ ନିଷ୍ପତ୍ତିି ନେଇଛନ୍ତି । ଶ୍ରମିକ ଅଶାନ୍ତି ଯୋଗୁଁ ଏଠାକୁ କୋଇଲା ପରିବହନରେ ସମସ୍ୟା ହେଉଛି । ତୃତୀୟ ଯୁନିଟ୍ କାମ ଆରମ୍ଭ ହେଲେ ଉତ୍ପାଦନ ସମ୍ଭବ ନୁହେଁ ପ୍ରଭୃତି ଆଳ ଦେଖାଇ ଶ୍ରମିକ ଓ କର୍ମଚାରୀଙ୍କ ପେଟକୁ ନାତ ମାରୁଛନ୍ତି କର୍ତ୍ତୃପକ୍ଷ ।

ପଲ୍ୟୁସନ୍ ସାର୍ଟିଫିକେଟ ଦିଆଯାଉ ନଥିବାରୁ ଏହି ପ୍ଲାଣ୍ଟକୁ ମାର୍ଚ୍ଚ ୩୧ରେ ବନ୍ଦ କରାଯିବ ବୋଲି ପୂର୍ବରୁ  କର୍ତ୍ତୃପକ୍ଷ ନୋଟିସ ଦେଇଥିଲେ । ମାତ୍ର ହଠାତ ୨୫ତାରିଖରେ ବନ୍ଦ କରିଦେଇଥିଲେ । ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶକ୍ତି ସଚିବଙ୍କୁ ଚିଠି ଲେଖିବା ପରେ ୨୭ତାରିଖରେ ପ୍ଲାଣ୍ଟଚାଲିଥିଲା । ମାତ୍ର ଆନୁସଙ୍ଗିକ କାଗଜପତ୍ର ପ୍ରସ୍ତୁତ କରାଯାଇନଥିଲା । ପୂର୍ବ ନିଷ୍ପତ୍ତି ଅନୁଯାୟୀ ପ୍ଲାଣ୍ଟ ବନ୍ଦ ହେବ ବୋଲି ବୋଲି ଜିଲ୍ଲାପାଳ କହିଛନ୍ତି । ରାଜ୍ୟରେ ଗୋଟିଏ ପରେ ଗୋଟିଏ ଶିଳ୍ପ ବନ୍ଦ ହେଉଥିବା ବେଳେ ଏବେ ପାୱାର ପ୍ଲାଣ୍ଟ ପାଳି । ଏହା ବନ୍ଦ ହେଲେ ୧୪ଶହ ପରିବାରର ବଞ୍ଚିବାର ରାହା ମରିଯିବ । ରାଜ୍ୟ ହରାଇବ ୪୬୦ ମେଗାୱାଟ୍ ବିଜୁଳି ।

Leave A Reply

Your email address will not be published.