Before Header

ସିନ୍ଦୂର ଲଗେଇବା ଆଗରୁ ପ୍ରଥମେ ହୃଦୟକୁ ସଜାଡନ୍ତୁ

0 120

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କାଲି ଥିଲା ସାବିତ୍ରୀ ବ୍ରତ । ସାବିତ୍ରୀ ବ୍ରତକୁ ନେଇ ସାଂସଦ ଅନୁଭବ ମହାନ୍ତି ଫେସବୁକରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେ ସାବିତ୍ରୀକୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହାର ଟାଇଟେଲ ରଖିଛନ୍ତି ସତ ସାବିତ୍ରୀ ବନାମ ମିଛ ସାବିତ୍ରୀ । ସାବିତ୍ରୀ ପୂଜା ଅବସରରେ ସମସ୍ତ ମହିଳାଙ୍କୁ ଶୁଭେଚ୍ଛା ଜଣାଇବା ସହ ହୃଦୟ ଭିତରୁ କୋଟି କୋଟି ପ୍ରଣାମ ଜଣାଇଛନ୍ତି ।

ସେ ଲେଖିଛନ୍ତି ଭଗବାନଙ୍କ ସୃଷ୍ଟିରେ ନାରୀ ହଉଛି ଏକ ଅନନ୍ୟ । ସେ ମା ରୂପରେ , ଭଉଣୀ ରୂପରେ , ସ୍ତ୍ରୀ ରୂପରେ , ଝିଅ ରୂପରେ ସବୁବେଳେ ପୁରୁଷର ସେବା କରି ଆସିଛି । ଆଜି ଏଇ ବାର୍ତାଟି ସେଇ ନାରୀମାନଙ୍କ ପାଇଁ ଯେଉଁମାନେ ନାରୀ ହେଇ ନାରୀ ଜାତିକୁ ଆଉ ସାବିତ୍ରୀ ପୂଜାକୁ ବଦନାମ୍ କରୁଛନ୍ତି । ତାଙ୍କ ବିଷୟରେ ଦୁଇ ପଦ କହୁଥିବାରୁ କ୍ଷମା ମାଗୁଛି । ଆମ ସନାତନ ଧର୍ମରେ ସଧବା ନାରୀର ପ୍ରତୀକ ହଉଛି ସିନ୍ଦୂର ।

ଏଇ ସିନ୍ଦୂର ଗୋଟେ ରଙ୍ଗ ନୁହେଁ କି କସ୍-ମେଟିକ୍ଟି ନୁହେଁ। ଇଏ ହଉଛି ନାରୀର ଅଳଙ୍କାର । ସେଇଥିପାଇଁ ସିନ୍ଦୂରକୁ ଲଗା ଯାଏନି ପିନ୍ଧା ଯାଏ । ଖଣ୍ଡେ ପଥରରେ ଟୋପେ ସିନ୍ଦୂର ଲାଗିଲେ ସିଏ ଦେବୀ ଟିଏ ହେଇଯାଏ । ଆଉ ନାରୀ ତ ରକ୍ତ ମାଂସ ଧାରୀ ମଣିଷ । ସେ ଟୋପେ ସିନ୍ଦୂର ପିନ୍ଧିଲେ ଦେବୀ ଠୁ ଆହୁରି ଉଚ୍ଚ ଆସନରେ ବସେ । ସିନ୍ଦୂର ହଉଛି ତା ପାଇଁ ଭଗବାନ । ସେଇଥିପାଇଁ ସିନ୍ଦୂର କିଣିଲା ବେଳେ ମୂଲଚାଲ୍ କରା ଯାଏନି । ଯେମିତି କି ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋ କିଣିଲା ବେଳେ ମୂଲଚାଲ୍ କରା ଯାଏନି । ହେଲେ ଏଇ ସିନ୍ଦୂର ଆଜି କେତେ ଜଣ ନାରୀଙ୍କ ପାଇଁ ମୂଲ୍ୟହୀନ ।

ଆମେ ଶୁଣିଥିଲୁ ସିନ୍ଦୂର ନୁହେଁ ଖେଳ ଘର ବୋଲି । ହେଲେ ଏବେ ଦେଖିଲୁ ସିନ୍ଦୂର ତାଙ୍କ ପାଇଁ ପୂରା ଖେଳଘର। କଥାରେ କହନ୍ତି ଦିନେ ନାହିଁ କାଳେ ନାହିଁ, ଗହ୍ମା ପୁନେଇ ଦିନ ମାଇଁ । ବର୍ଷସାରା ତାଙ୍କ ସିନ୍ଥି ବିନା ବି ସିନ୍ଦୂର ଛିନ୍ନମସ୍ତା । ହେଲେ ଆଜି ସାବିତ୍ରୀ ଓଷା ଦିନ ଦେଖେଇ ହବା ପାଇଁ ସିନ୍ଦୂର ପିନ୍ଧି ଏକଦମ୍ ସତୀ ସାବିତ୍ରୀ ପତିବ୍ରତା । ଧନ୍ୟ କହିବ ଏ ନାରୀମାନଙ୍କୁ । ମ୍ୟାଡାମ୍ , ଯଦି ସାବିତ୍ରୀ ଓଷା କରିବାକୁ ଏତେ ସଉକ ତାହେଲେ ଥରେ ସାବିତ୍ରୀ  ଓଷାର ବହିଟା ପଢ଼ । ତାପରେ ସିନ୍ଦୂର ଆଉ ସ୍ୱାମୀରମାନେ କଣ ବୁଝିବ ।

ମୁଁ ସାବିତ୍ରୀ ଓଷା କରୁଥିବା ସବୁ ସ୍ତ୍ରୀ ଲୋକମାନଙ୍କ ଉଦ୍ଦେଶ୍ୟରେ ଏ କଥା କହୁନି । କାହିଁକିନା ଯେମିତି ଆଜିକାଲି ସୋସିଆଲ୍ ମିଡିଆରେ ଫେକ୍ ଆଇଡି ଆଉ ରିଅରିଲ୍ ଆଇଡି ଦୁଇ ପ୍ରକାର , ସେମିତି ଆଜିକାଲି ସମାଜରେ ଦୁଇ ପ୍ରକାର ସାବିତ୍ରୀ ବି ବାହାରିଛନ୍ତି । ଗୋଟେ ରିଅଲ୍ ସାବିତ୍ରୀ ବି ଆଉ ଗୋଟେ ଫେକ୍ ସାବିତ୍ରୀ ବି । ରିଅଲ୍ ସାବିତ୍ରୀ ବି ତ ତାଙ୍କ ସ୍ୱାମୀ ସତ୍ୟବାନଙ୍କୁ ଯମ ମୁହଁରୁ ଫେରେଇ ଆଣିଥିଲେ । ହେଲେ ଏଇ ଫେକ୍ ସାବିତ୍ରୀ ବି ବର୍ଷସାରା ସ୍ୱାମୀଙ୍କୁ ଯମ ମୁହଁକୁ ଠେଲି ଦେଇ ଆଜି ସାବିତ୍ରୀ ଓଷା ଦିନ ମୁଣ୍ଡରେ ମେଞ୍ଚେ ସିନ୍ଦୂର ଲଗେଇ ଓଶୋଉତୁଣୀ । ସେମାନେ ବୁଝିବା କଥା ଯେ ଟୋପାଏ ସିନ୍ଦୂରରେ ଖାଲି ସମ୍ପର୍କ ଯୋଡି ହୁଏନି । ସମ୍ପର୍କ ଯୋଡି ହବା ପାଇଁ ଦୁଇଟା ହୃଦୟ ଦରକାର । ସିନ୍ଥିରେ ସିନ୍ଦୂର ଲଗେଇବା ଆଗରୁ ପ୍ରଥମେ ହୃଦୟକୁ ସଜାଡନ୍ତୁ ଆଉ ସିନ୍ଦୂର କିମ୍ବା ସାବିତ୍ରୀ ଓଷାର ବଦ୍-ନାମ୍ କରନ୍ତୁ ନାହିଁ ।

Leave A Reply

Your email address will not be published.