Masthead

ଆଜି ସରିବ କେଜ୍ରିୱାଲଙ୍କ ଇଡି ରିମାଣ୍ଡ ଅବଧି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ସରିବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇଡି ରିମାଣ୍ଡ ଅବଧି । ତେବେ ରିମାଣ୍ଡ ଅବଧି ବଢ଼ାଇବା ପାଇଁ କୋର୍ଟରେ ଇଡି ଆବେଦନ କରିବ ବୋଲି ସୂଚନା ମିଳିଛି। ଦିଲ୍ଲୀ ମଦନୀତି ମାମଲାରେ ୭ ଦିନ ଲାଗି ଇଡି ହେପାଜତକୁ ପଠାଇଥିଲେ ଦିଲ୍ଲୀ ରାଉସ ଆଭେନ୍ୟୁ କୋର୍ଟ। ହେପାଜତ ଅବଧି କାଳରେ କେଜ୍ରିୱାଲଙ୍କଠାରୁ ମଦନୀତି ମାମଲାରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଇଡି ହାସଲ କରିଥିବା ସୂଚନା ମିଳିଛି ।

ଗତକାଲି ଗିରଫଦାରୀ ବିରୋଧରେ କେଜ୍ରିୱାଲଙ୍କ ପିଟିସନକୁ ଖାରଜ କରିଥିଲେ ଦିଲ୍ଲୀ ହାଇକୋର୍ଟ। ମାମଲାର ପରବର୍ତ୍ତୀ ଶୁଣାଣି ହେବ ଆସନ୍ତା ଏପ୍ରିଲ ୩ରେ। ସେପଟେ କୋର୍ଟରେ କେଜ୍ରିୱାଲ ଗୁରୁତ୍ବପୂର୍ଣ୍ଣ ବିବୃତି ରଖିବେ ବୋଲି କହିଛନ୍ତି ପତ୍ନୀ ସୁନୀତା। ସେ କହିଛନ୍ତି ଦୁଇ ବର୍ଷ ଧରି ତାଙ୍କ ସ୍ବାମୀଙ୍କ ବିରୋଧରେ ଇଡି ଜେରା କରୁଥିବାସତ୍ତ୍ବେ ପଇସାଟିଏ ବି ପାଇନାହିଁ। ଘର ରେଡ ବେଳେ ମାତ୍ର ୭୩ ହଜାର ଟଙ୍କା ମିଳିଥିଲା। କୋର୍ଟ ନିକଟରେ ଇଡି ଦର୍ଶାଇ ଆସୁଛି ଯେ, ମଦନୀତି ମାମଲାରେ କେଜ୍ରିୱାଲ ହେଉଛନ୍ତ କିଙ୍ଗପିନ ଏବଂ ଏଥିରୁ ଉପଲବ୍ଧ ଟଙ୍କା ୨୦୨୨ ଗୋଆ ବିଧାନସଭା ନିର୍ବାଚନରେ ଖର୍ଚ୍ଚ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା