Masthead

କପିଲ ଶର୍ମା ଶୋ’ ବିରୋଧରେ କାହିଁକି ବର୍ଷିଲେ ଶକ୍ତିମାନ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ଶକ୍ତିମାନ ତଥା ମୁକେଶ ଖାନ୍ନା । ଏଥର ସେ କପିଲ ଶର୍ମା ଶୋ’ ବିରୋଧରେ କହି ଚର୍ଚ୍ଚାକୁ ଆସିଛନ୍ତି । କପିଲ ଶର୍ମା ଶୋ’ ବିଷୟରେ ମୁକେଶ ଖାନ୍ନା ବାରମ୍ବାର ମନ୍ତବ୍ୟ ଦେଇଆସୁଛନ୍ତି । ମହାଭାରତ ଟିଭି ଶୋ’ରେ ଭୀଷ୍ମ ପିତାମହ ଭୂମିକାରେ ଅଭିନୟ କରିଥିବା ମୁକେଶ କପିଲ ଶର୍ମାଙ୍କ ଶୋ’ର ସ୍ୱପ୍ନା ଚରିତ୍ରର ସଂଳାପ କହି ଏହି ଶୋ’କୁ ପରିହାସ କରିଛନ୍ତି । ସେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଏପରି କହିଛନ୍ତି । ତାଙ୍କର ଏହି ମନ୍ତବ୍ୟକୁ ଲୋକେ ମଧ୍ୟ ସମର୍ଥନ କରୁଥିବା ଦେଖିବାକୁ ମିଳୁଛି ।
ମୁକେଶ ଖାନ୍ନା ତାଙ୍କ ଭିଡିଓରେ କହିଛନ୍ତି, ‘ଯଦି ମୁଁ କହିଥିଲି କପିଲ ଶର୍ମାଙ୍କ ଶୋ’ ଅଶ୍ଳୀଳ, ଅଭଦ୍ର ତେବେ ମୁଁ କିଛି ଭୁଲ କହିନାହିଁ । ଆଜି ମୁଁ ମୋ କଥାରେ ଛିଡ଼ା ହୋଇଛି । ଜଣେ ପୁରୁଷ ଯେପରି ଜଣେ ମହିଳାଙ୍କ ପୋଷାକ ପିନ୍ଧି ଆସନ୍ତି ଏବଂ କହନ୍ତି, ‘ମୁଁ ତୁମ ପାଖରେ ବସିପାରିବି କି? ମୋତେ ଏହା ଦେଖି ଆଶ୍ଚର୍ଯ୍ୟ ଲାଗେ ଯେ ଏହାକୁ ଦେଖି ଲୋକମାନେ ହସୁଛନ୍ତି ଏବଂ ସବୁଠୁ ବଡ଼କଥା ହେଉଛି ହସିବା ପାଇଁ ଏକ ସିଂହାସନ ମଧ୍ୟ ପକାଯାଇଛି । ସେ ସିଂହାସନରେ ବସି ହା ହା ହା କରିବା ଖାଲି ତାଙ୍କ କାମ ଏବଂ ଏଥିପାଇଁ ତାଙ୍କୁ ଟଙ୍କା ମଧ୍ୟ ମିଳିଥାଏ । ମୁକେଶ ଆହୁରି ମଧ୍ୟ କହିଛନ୍ତି, ମହାଭାରତରେ ଅଶ୍ଳୀଳତା ନାହିଁ । କିନ୍ତୁ କପିଲ ଶର୍ମା ଶୋ’ରେ ଯାହା ହୁଏ ତାହା ଅଶ୍ଳୀଳ । କମେଡି ସ୍ଥିତିଗତ ଅଟେ । କମେଡି ହେଉଛି ‘ଚଲତି କି ନାମ ଗାଡ଼ି’ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ର ଆପଣ ଯେତେ ଥର ଦେଖିବେ ସେତେ ହସିବେ । କିନ୍ତୁ ବର୍ତ୍ତମାନ ରଙ୍ଗ ଓ ଓଜନକୁ ନେଇ କମେଡି କରାଯାଉଛି ଏବଂ ଲୋକମାନେ ମଧ୍ୟ ଏହାକ ଦେଖି ଉପଭୋଗ କରୁଛନ୍ତି । ମୁକେଶ ଖାନ୍ନାଙ୍କ ଏହି ଭିଡିଓ ବାର୍ତ୍ତାକୁ ବହୁ ଲୋକ ସମର୍ଥନ କରୁଛନ୍ତି ଏବଂ ସୋସିଆଲ ମିଡିଆରେ ବହୁତ ଭାଇରାଲ ମଧ୍ୟ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 SI ସ୍କାମ୍ , ମାମଲା ରୁଜୁ କଲା ସିବିଆଇ 🔴 ଖସୁଛି ପାରଦ, ବଢୁଛି ଥଣ୍ଡା 🔴 କାଲି ଇଭିଏମରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ 🔴 LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଆଜି ପ୍ରଥମାଷ୍ଟମୀ, ନୂଆ ବସ୍ତ୍ର ପିନ୍ଧିବେ ଘରର ଜ୍ୟେଷ୍ଠମାନେ 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’ 🔴 ଦିଲ୍ଲୀ ବିସ୍ଫୋରଣ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ 🔴 ଦିଲ୍ଲୀ ବିସ୍ଫୋରଣ, ୧୩ ଜଣଙ୍କୁ ଅଟକ ରଖି ପଚରାଉଚରା 🔴 ଭୋଟ ଦେଉଛି ନୂଆପଡ଼ା 🔴 ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ଗୁଜବ 🔴 SI ସ୍କାମ୍ , ମାମଲା ରୁଜୁ କଲା ସିବିଆଇ 🔴 ଖସୁଛି ପାରଦ, ବଢୁଛି ଥଣ୍ଡା 🔴 କାଲି ଇଭିଏମରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ 🔴 LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଆଜି ପ୍ରଥମାଷ୍ଟମୀ, ନୂଆ ବସ୍ତ୍ର ପିନ୍ଧିବେ ଘରର ଜ୍ୟେଷ୍ଠମାନେ 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’ 🔴 ଦିଲ୍ଲୀ ବିସ୍ଫୋରଣ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ 🔴 ଦିଲ୍ଲୀ ବିସ୍ଫୋରଣ, ୧୩ ଜଣଙ୍କୁ ଅଟକ ରଖି ପଚରାଉଚରା 🔴 ଭୋଟ ଦେଉଛି ନୂଆପଡ଼ା 🔴 ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ଗୁଜବ