Masthead

ବିଜେଡି ଷ୍ଟାର ପ୍ରଚାରକ ତାଲିକାରେ ନବୀନ: ଭର୍ଚୁଆଲ ପ୍ରଚାର ନା ଫିଲ୍ଡକୁ ଓହ୍ଲାଇବେ?

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ତାରିଖ ପାଖେଇ ଆସିଲାଣି। ନଭେମ୍ବର ୩ରେ ଏହି ଦୁଇ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ଉପନିର୍ବାଚନକୁ ଆଉ ମାତ୍ର ୧୬ ଦିନ ବାକି ଥିବାବେଳେ ଇତିମଧ୍ୟରେ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସେମାନଙ୍କ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛନ୍ତି। ବିଜେଡିର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ତଥା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାଁ ଶୀର୍ଷରେ ରହିଛି।

ଅର୍ଥାତ୍ ଉପନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଦୁଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନବୀନ ବି ପ୍ରଚାର ମଇଦାନକୁ ଓହ୍ଲାଇବେ। ତେବେ ପ୍ରଶ୍ନ ହେଉଛି ନବୀନ ତିର୍ତ୍ତୋଲ ଓ ବାଲେଶ୍ୱର ଯାଇ ପ୍ରଚାର କରିବେ ନାଁ ଭର୍ଚୁଆଲ ମାଧ୍ୟମରେ ଭୋଟ ଭିକ୍ଷା କରିବେ। କାରଣ କୋଭିଡ୍ ସ୍ଥିତି ପରଠାରୁ ନବୀନନିବାସରୁ ନବୀନ ପ୍ରାୟତଃ ବାହାରୁ ନ ଥିବା ଦେଖିବାକୁ ମିଳୁଛି। ଲକଡାଉନ ଘୋଷଣା ପରଠୁ ନବୀନ ହାତଗଣତି କେତେଥର ବାହାରକୁ ଆସିଛନ୍ତି।

ନିୟମିତ ଲୋକସେବା ଭବନ ଆସୁ ନ ଥିବାବେଳେ ନିକଟରେ ସରିଥିବା ବିଧାନସଭାର ମୌସୁମୀ ଅଧିବେଶନକୁ ଦିନେ ହେଲେ ଆସି ନ ଥିଲେ। ଭର୍ଚୁଆଲ ମାଧ୍ୟମରେ ସେ ବିଧାନସଭା ଅଧିବେଶନ ସହ ଯୋଡ଼ି ହେଉଥିଲେ। ତେଣୁ ନିର୍ବାଚନ ପ୍ରଚାର ପାଇଁ ସେ ଅଞ୍ଚଳକୁ ଯିବେ ନା ଭର୍ଚୁଆଲ ରାଲି ମାଧ୍ୟମରେ ପ୍ରଚାର କରିବେ ତାହା ସ୍ପଷ୍ଟ ହୋଇ ନାହିଁ। ଏହାରି ଭିତରେ ଅନ୍ୟ ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସର ଷ୍ଟାର ପ୍ରଚାରକମାନେ ଫିଲ୍ଡକୁ ଓହ୍ଲାଇ ଭୋଟ ମାଗିଲେଣି। ବିଜେଡିର ଅନ୍ୟ ଷ୍ଟାର ପ୍ରଚାରକ ମଧ୍ୟ ବାଲେଶ୍ୱର ଓ ତିର୍ତ୍ତୋଲରେ ଡେରା ପକାଇବା ଆରମ୍ଭ କଲେଣି। କିନ୍ତୁ ନବୀନ ଆଜିପର୍ଯ୍ୟନ୍ତ ପ୍ରଚାର ଆରମ୍ଭ କରିନାହାନ୍ତି।

ଆଶା କରାଯାଉଛି ଯେ ପ୍ରଚାର ଶେଷ ଆଡ଼କୁ ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିପାରନ୍ତି। ଅନ୍ୟପଟେ କୋଭିଡ୍ ସ୍ଥିତି ଯୋଗୁ ଏଥର ନିର୍ବାଚନୀ ସଭା ଓ ଶୋଭାଯାତ୍ରା ଉପରେ ଭାରତୀୟ ନିର୍ବାଚନ କମିଶନ କଡ଼ା କଟକଣା ଜାରି କରିଛନ୍ତି। ଅଧିକ ଜନସମାବେଶ ଉପରେ କଟକଣା ଲାଗିଛି। ତେଣୁ ଶହେ କି ଦୁଇଶହ ଲୋକଙ୍କୁ ସମ୍ବୋଧିତ କରିବା ପାଇଁ ଯେ ନବୀନ ଅଞ୍ଚଳକୁ ଯିବେ ତାହା ଭାବିବା ବି ଭୁଲ। ଅତଏବ ଏହା କୁହାଯାଇ ପାରେ ଯେ ନବୀନ ଏଥର ଭର୍ଚୁଆଲ ପ୍ରଚାର କରିପାରନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ଧୋଇନେଲା ଚାଷ, ଏବେ ଚିନ୍ତାରେ ଚାଷୀ 🔴 ସମୁଦ୍ର ବାଲିକୁ ବି ଛାଡ଼ିଲେନି ବାଲି ମାଫିଆ 🔴 ନବମ ଛାତ୍ରଙ୍କୁ ନିସ୍ତୁକ ମାରିଲେ ଦଶମ ଛାତ୍ର 🔴 ମଝି ଆକାଶରେ ଥରିଲା ଏୟାର ଇଣ୍ଡିଆ ବିମାନ 🔴 ଦୁଇଟି ବଡ଼ ଘଟଣା, ସ୍କାନରରେ ୨୪୦ବ୍ୟକ୍ତି 🔴 ବନ୍ୟା ପରବର୍ତ୍ତୀ ସ୍ଥିତିକୁ ନେଇ ସଚିବସ୍ତରୀୟ ବୈଠକ 🔴 ତାମିଲନାଡୁରେ ରାଜନୈତିକ ଝଡ଼,ଉଦୟନିଧି ଷ୍ଟାଲିନଙ୍କ ଗିରଫକୁ ନେଇ ବଡ଼ ଚର୍ଚ୍ଚା…. 🔴 ମଦ ଦୋକାନକୁ ବିରୋଧ କରି ୬ଘଣ୍ଟିଆ ଜଟଣୀ ବନ୍ଦ ଡାକରା 🔴 ଟ୍ରେନ୍‌ରେ ବ୍ରହ୍ମପୁର ଗଲେ ରାଷ୍ଟ୍ରପତି 🔴 ପ୍ରବଳ ବର୍ଷା ସମ୍ଭାବନା! 🔴 ବନ୍ୟା ଧୋଇନେଲା ଚାଷ, ଏବେ ଚିନ୍ତାରେ ଚାଷୀ 🔴 ସମୁଦ୍ର ବାଲିକୁ ବି ଛାଡ଼ିଲେନି ବାଲି ମାଫିଆ 🔴 ନବମ ଛାତ୍ରଙ୍କୁ ନିସ୍ତୁକ ମାରିଲେ ଦଶମ ଛାତ୍ର 🔴 ମଝି ଆକାଶରେ ଥରିଲା ଏୟାର ଇଣ୍ଡିଆ ବିମାନ 🔴 ଦୁଇଟି ବଡ଼ ଘଟଣା, ସ୍କାନରରେ ୨୪୦ବ୍ୟକ୍ତି 🔴 ବନ୍ୟା ପରବର୍ତ୍ତୀ ସ୍ଥିତିକୁ ନେଇ ସଚିବସ୍ତରୀୟ ବୈଠକ 🔴 ତାମିଲନାଡୁରେ ରାଜନୈତିକ ଝଡ଼,ଉଦୟନିଧି ଷ୍ଟାଲିନଙ୍କ ଗିରଫକୁ ନେଇ ବଡ଼ ଚର୍ଚ୍ଚା…. 🔴 ମଦ ଦୋକାନକୁ ବିରୋଧ କରି ୬ଘଣ୍ଟିଆ ଜଟଣୀ ବନ୍ଦ ଡାକରା 🔴 ଟ୍ରେନ୍‌ରେ ବ୍ରହ୍ମପୁର ଗଲେ ରାଷ୍ଟ୍ରପତି 🔴 ପ୍ରବଳ ବର୍ଷା ସମ୍ଭାବନା!