Masthead

ମିନି ସାଇକ୍ଲୋଥନ

କୋଣାର୍କ (ବଡ଼ ଖବର ବ୍ୟୁରୋ) :ପ୍ରେସ୍ କ୍ଲବ ଓ ପର୍ଯ୍ୟଟନ ବିଭାଗ ତରଫରୁ କୋଣାର୍କରେ ଆୟୋଜିତ ହୋଇଛି ମିନି ସାଇକ୍ଲୋଥନ ୨୦୨୦। କୋଭିଡ କଟକଣା ମଧ୍ୟରେ ଆୟୋଜିତ ହୋଇଛି ମିନି ସାଇକ୍ଲୋଥନ । ଏଥିରେ କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, ଉତ୍କଳ ସାମ୍ବାଦିକ ସଙ୍ଘର ସଭାପତି ବିଭୁତିଭୂଷଣ କର, ଅସ୍ତରଙ୍ଗ ବ୍ଲକ ଚେୟାରମ୍ୟାନ ସ୍ୱାଧୀନ କୁମାର ନାୟକ ଓ କୋଣାର୍କ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସୂର୍ଯ୍ୟମନ୍ଦିର ସାମ୍ନାରୁ ସାଇକେଲ ରାଲି ଉଦଘାଟନ କରାଯାଇଥିଲା । କୋଣାର୍କ କଲେଜ ଓ ସ୍କୁଲର ଛାତ୍ରଛାତ୍ରୀ ଏଥିରେ ଯୋଗଦେଇଥିଲେ। ସୂର୍ଯ୍ୟମନ୍ଦିର ଠାରୁ ସାଇକେଲ ରାଲି ବାହାରି କୋଣାର୍କ ବଜାର ପରିକ୍ରମା କରି ରାମଚଣ୍ଡୀଠାରେ ଶେଷ ହୋଇଥିଲା । ଏହାର ମୂଳ ଉଦ୍ଦେଶ୍ୟ ଥିଲା କୋଣାର୍କ ପର୍ଯ୍ୟଟନ ସ୍ଥଳିକୁ ପଲଥିନି ଓ ପ୍ଲାଷ୍ଟିକ ମୁକ୍ତ କରିବା । କୋଣାର୍କ ବଜାର ଦୋକାନୀମାନଙ୍କୁ ପଲଥିନି ବ୍ୟବହାର ନକରିବା ପାଇଁ ପରାମର୍ଶ ଦେଇଥିଲେ । ଅର୍କକ୍ଷେତ୍ରକୁ ସବୁଜ ସୁନ୍ଦର କରିବା, ଅଧିକ ଗଛ ଲଗାଇବା ପାଇଁ ଆହ୍ୱାନ ଦିଆଯାଇଥିଲା । ଏହି ମିନି ସାଇକ୍ଲୋଥନରେ କୋଣାର୍କର ସମସ୍ତ ସାମ୍ବାଦିକ ,ସମାଜସେବୀ ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା