Masthead

ଥାନାରେ ଗଢ଼ୁଛି ଏକାଧିକ ସଙ୍ଗୀନ ମାମଲା

ମୁରିବାହାଲ (ବଡ଼ ଖବର ବ୍ୟୁରୋ): ବଲାଙ୍ଗୀର ଜିଲ୍ଲା ମୁରିବାହାଲା ଥାନାରେ ଗଢ଼ୁଛି ଏକାଧିକ ସଙ୍ଗୀନ ମାମଲା । ହାତବାନ୍ଧି ବସିଛନ୍ତି ଅଧିକାରୀ । ନିରାଶ ହେଉଛନ୍ତି ଅଭିଯୋଗକାରୀ । ଚୋରି, ଡକାୟତି, ରାହାଜାନୀ, ଦୁଷ୍କର୍ମ ଓ ମରଣାନ୍ତକ ଆକମଣ ଭଳି ସଙ୍ଗୀନ ଅଭିଯୋଗର ଫର୍ଦ୍ଦ ବଢ଼ିବାରେ ଲାଗିଛି । । ପୋଲିସ ଠିକରେ ତଦନ୍ତ କରୁନଥିବା କହିଛନ୍ତି ସ୍ଥାନୀୟ ଲୋକେ । ସମ୍ପୃକ୍ତ ଥାନାର ନ୍ୟାୟିକ ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ଧୀରେ ଧୀରେ କମିବାକୁ ଲାଗିଛି ।

ପୂର୍ବରୁ ମୁରିବାହାଲାରେ ଫାଣ୍ଡିଥିଲା । ୨୦୧୬ ଡିସେମ୍ବର ୧୨ରୁ ଏହା ଥାନା ହୋଇଛି । ଏହି ଥାନା ଅଧୀନରେ ୧୭ଟି ପଞ୍ଚାୟତର ୧୩୦ ରାଜସ୍ୱ ଗ୍ରାମ ଓ ୩୦ଟି କ୍ଷୁଦ୍ରଗ୍ରାମ ଆସୁଛି । ୨୦୧୭ରେ ୧୪୦ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୮ରେ ୧୪୪, ୨୦୧୯ରେ ୨୭୦ ଓ ୨୦୨୦ ଅକ୍ଟୋବର ପହିଲା ସୁଦ୍ଧା ୨୪୧ଟି ମାମଲା ରୁଜୁ ହୋଇଛି । ଅଭିଯୋଗକାରୀଙ୍କୁ ମିଳୁନାହିଁ ନ୍ୟାୟ । କାଁ ଭାଁ ହାତଗଣତି କେତୋଟି ମାମଲାର ସମାଧାନ ହେଉଥିବା ବେଳେ ବାକି କେସ ପଡ଼ିରହିଛି । ଅପରାଧୀଙ୍କ ସହ ସାଲିସ କରି କିଛି ଅସାଧୁ ପୋଲିସ କର୍ମଚାରୀ ଲାଞ୍ଚ ନେବା ଭଳି ସଙ୍ଗୀନ ଅଭିଯୋଗ କରୁଛନ୍ତି ସ୍ଥାନୀୟ ଲୋକେ । ଅଧିକାଂଶ ମାମଲାର ରଫାଦଫା ମଧ୍ୟ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ