Masthead

ମାଉଜର ପାଇଁ ଗଡିଲା ମୁଣ୍ଡ

କଣ୍ଟାମାଳ, (ବଡ଼ ଖବର ବ୍ୟୁରୋ): ବୌଦ୍ଧର ମୋବାଇଲ ଦୋକାନୀ ରାଜା ନିଖୋଜ ଘଟଣାରୁ ଉଠିଲା ପରଦା । ଗତ ୧୧ ତାରିଖ ଠାରୁ ମୋବାଇଲ ଦୋକାନୀ ରାଜା ଓରଫ ପ୍ରମୋଦ ପ୍ରସାଦ ନିଖୋଜଥିଲେ । ତେବେ ମାଉଜର କାରବାର ପାଇଁ ରାଜାଙ୍କୁ ହତ୍ୟା କରାଯାଇଛି ବୋଲି କହିଛନ୍ତି ବୌଦ୍ଧ ଏସପି ଭି. ରଘୁନାଥ । ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ରାଜା ହତ୍ୟାକାଣ୍ଡ ମାମଲାରୁ ପରଦା ହଟାଇଛି ବୌଦ୍ଧ ପୋଲିସ । ଏହି ମାମଲାରେ ବୌଦ୍ଧ ସହର ପୋଡାପଡା ସାହିର ମିଲନ ପାତ୍ର ଓ ଅଭିଷେକ ସାହାଣୀ ନାମକ ଦୁଇ ଯୁବକଙ୍କୁ ଗିରଫ କରିଛି ପୋଲିସ ।

ମାଉଜର କାରବାର ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା କହିଛି ପୋଲିସ । ପୋଲିସ କହିଛି କି ଅଭିଯୁକ୍ତ ମିଲନକୁ ଗୋଟିଏ ମାଉଜର ଯୋଗାଇଦେବା ପାଇଁ ରାଜା ୩୫ହଜାର ଟଙ୍କା ନେଇଥିଲା । କିନ୍ତୁ ଦିର୍ଘ ଦିନ ଧରି ମିଲନକୁ ମାଉଜର ଦେଇନଥିଲା କି ଟଙ୍କା ମଧ୍ୟ ଫେରାଇ ନଥିଲା । ଏହି ଘଟଣାରେ ମିଲନ ରାଜାକୁ ହତ୍ୟା କରିବା ପ୍ରସ୍ଥୁତ କରିଥିଲା ବ୍ଲୁ ପ୍ରିଣ୍ଟ । ଗତ ୧୧ତାରିଖ ସନ୍ଧ୍ୟାରେ ରାଜାକୁ ଫୋନ କରି ପୋଡାପଡା ଠାରେ ଥିବା ନିଜ ଜିମକୁୁ ଡାକିଥିଲା ମିଲନ । ଜିମର ଉପର ମହଲାରେ କଥାବାର୍ତ୍ତା ହେବା ଆଳରେ ରାଜାର ପେଟକୁ ପ୍ରଥମେ ଛୁରୀ ଭୁଷି ଥିଲା ଅଭିଷେକ । ପରେ ମିଲନ ରାଜାର ତଣ୍ଟି ଚିପି ହତ୍ୟା କରିଥିବା ନେଇ ସୂଚନା ଦେଇଛନ୍ତି ବୌଦ୍ଧ ଏସପି । ବିଳମ୍ବିତ ରାତିରେ ମିଲନ ଓ ଅଭିଷେକ ମିଶି ରାଜାର ମୃତଦେହକୁ ନଦୀ ପଠାରେ ପେଟ୍ରୋଲ ଓ କାଠ ସାହାଯ୍ୟରେ ପୋଡିବା ପରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ନଦୀରେ ଭଷାଇ ଦେଇଥିଲେ । କିଛି ବାଟ ଭାଷିବା ପରେ ଶବଟି ହନୁମାନ ମନ୍ଦିର ଘାଟ ନିକଟରେ ଲାଗିଥିବା ବୋଲି ସୂଚନା ଦେଇଛନ୍ତି ବୌଦ୍ଧ ଏସପି । ଗିରଫ ପରେ ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ବାଇକ, ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ