Masthead

ଡକାୟତି ଯୋଜନା ପଣ୍ଡ

ସମ୍ବଲପୁର, (ବଡ଼ ଖବର ବ୍ୟୁରୋ):ଡକାୟତି ଯୋଜନା ବେଳେ ମାଡିବସିଲା ପୋଲିସ । ସମ୍ବଲପୁର ସହରରୁ ଏକ ବଡ଼ ଡକାୟତି ଯୋଜନାକୁ ପଣ୍ଡ କରିଛି ପୋଲିସ । ମଙ୍ଗଳବାର ମଧ୍ୟ ରାତ୍ରିରେ ଖଲିଆବନ୍ଧ କେନାଲ ରାସ୍ତାରେ ଦଳେ ଯୁବକ ଡକାୟତି ଯୋଜନା କରୁଥିବା ସୂଚନା ପାଇ ଧନୁପାଲ୍ଲୀ ଥାନା ଅଧିକାରୀ କମଳ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ଚଢଉ କରି ସେମାନଙ୍କୁ ଗିରଫ କରିଛି । ପେନସନପଡ଼ାର ଶ୍ୟାମଲାଲ ଲୁହା , ଗୌତମ ଟୋପାକି ଓରଫ ଗରିଆ, ଭତରାର ଶଶାଙ୍କ ବେହେରା, ନନ୍ଦ ମାର୍ଥାଙ୍କ ସମେତ ଜଣେ ନାବଳକକୁ ଗିରଫ କରିଛି ପୋଲିସ । ଏକ ସୁନା ଦୋକାନରୁ ଲୁଟ ପାଇଁ ଯୋଜନା କରୁଥିବା ନେଇ ସୂଚନା ଦେଇଛି ପୋଲିସ । ସେମାନଙ୍କ ନିକଟରୁ ଲୁହା ଛଡ, ଗୋଟିଏ ହାତୁଡି, ଲାଇଟର ମାସ୍କ, ଆଦି ଜବତ କରିଛି ପୋଲିସ । ସୋମବାର ଲୁଟ ହୋଇଥିବା ଦୁଇଟି ମୋବାଲକୁ ମଧ୍ୟ ଏମାନଙ୍କ ନିକଟରୁ ଜବତ କରି ଦଫା ୪୯୪,୪୩୪/୨୦ରେ ମାମଲା ରୁଜୁ କରି କୋର୍ଟ ଚାଲଣ କରାଯାଇଥିବା ନେଇ ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ…. 🔴 ବିଜେଡି କର୍ମୀଙ୍କୁ ମାଡ଼ 🔴 ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ… 🔴 ଡଙ୍ଗା ବୁଡ଼ି ୨ ଛୁଆ ମୃତ, ମା’ ନିଖୋଜ 🔴 ପୁଣି ଓଡ଼ିଶାକୁ ଫେରିଲା କରୋନା 🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ…. 🔴 ବିଜେଡି କର୍ମୀଙ୍କୁ ମାଡ଼ 🔴 ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ… 🔴 ଡଙ୍ଗା ବୁଡ଼ି ୨ ଛୁଆ ମୃତ, ମା’ ନିଖୋଜ 🔴 ପୁଣି ଓଡ଼ିଶାକୁ ଫେରିଲା କରୋନା 🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର