Masthead

ବାଇକ୍ ଚୋରି ରାକେଟ୍ ଠାବ, ୩ ଗିରଫ

ମୁରିବାହାଲ (ବଡ଼ ଖବର ବ୍ୟୁରୋ): ବାଇକ୍ ଚୋରି ରାକେଟ୍ ଠାବ କରିବାରେ କଣ୍ଟାବାଞ୍ଜି ପୋଲିସକୁ ମିଳିଛି ବଡ ସଫଳତା । ୭ଟି ମୋଟର ସାଇକେଲ ଉଦ୍ଧାର କରିବା ସହ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କଣ୍ଟାବାଞ୍ଜି ପୋଲିସ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଧିନସ୍ଥ ରେଙ୍ଗାଲି ଗାଁର କୁଞ୍ଜବିହାରୀ ଜାଲ ତାଙ୍କର ହିରୋ ଗ୍ଲେମର ମୋଟର ସାଇକେଲ ଚୋରି ହୋଇଥିବାର ଗତ ୬ ସେପ୍ଟେମ୍ବର ଦିନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ତଦନ୍ତକରି ତୁରେକେଲା ଥାନା ରାମୁଡ ଗାଁର ଶିବ ପଧାନଙ୍କଠାରୁ ୪ମୋଟର ସାଇକେଲ, କଣ୍ଟାବାଞ୍ଜି ଥାନା କୁକୁଡ଼ାହାଡ଼ ଗାଁର ପ୍ରଭାତ ବେହେରାଙ୍କଠାରୁ ୨ବାଇକ ଓ ହୀରାରାଲ ପୁଟେଲଙ୍କ ଠାରୁ ୧ ମୋଟର ସାଇକେଲ ଜବତ କରିଛି ପୋଲିସ । କିଛି ଦିନ ତଳେ ଏକ ବଡ ମୋଟର ସାଇକେଲ ଚୋରା ଗ୍ୟାଙ୍ଗକୁ ଠାବ କରିଥିବା ବେଳେ ଆଜି ପୁଣି ଥରେ ସାତଟି ମୋଟର ସାଇକେଲ ଜବତ କରି ତିନି ଜଣଙ୍କୁ କୋର୍ଟ ଚାଲାଣ କରିଛି କଣ୍ଟାବାଞ୍ଜି ପୋଲିସ । ମୋଟର ସାଇକେଲ ଗୁଡିକ ତୁରେକେଲା , ବେଲପଡା ଓ ମୁରିବାହାଲ ଥାନା ଅଞ୍ଚଳରୁ ଥିବା ମଧ୍ୟ ଜଣାପଡିଛି । ଆହୁରି ଏ ବିଷୟରେ ତଦନ୍ତ ଚାଲିଥିବା ନେଇ ସୂଚନା ଦେଇଛନ୍ତି କଣ୍ଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ କାଣ୍ଡେଲକର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ