Before Header

୪୬ଲକ୍ଷ ଟଙ୍କାର କାମ ୪୬ ଦିନରେ ଶୋଚନୀୟ

0 218

କୃଷ୍ଣପ୍ରସାଦ, (ବଡ଼ ଖବର ବ୍ୟୁରୋ) : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରୁ ବାହାରିଛି ଦୁର୍ନୀତିର ଗନ୍ଧ । ଉନ୍ନୟନ ବାବଦରେ ଆସୁଥିବା ସରକାରୀ ଟଙ୍କା ଠିକରେ ବିନିଯୋଗ ହେଉନଥିବା ଅଭିଯୋଗ ହେଉଛି । ଏଭଳି ଅଭିଯୋଗ ଆସିଛି କୃଷ୍ଣପ୍ରସାଦ ବ୍ଲକ ବ୍ରାହ୍ମଣଦେଓ-କୁମାରପୁର ଗାଁରୁ ।

ବ୍ରାହ୍ମଣଦେଓ-କୁମାରପୁର ଲୁଣାବନ୍ଧ ରୋଡ଼ ନିର୍ମାଣର କିଛି ମାସ ନପୁରୁଣୁ ରାସ୍ତାରୁ ମେଣ୍ଟାଲ ଉଠିଗଲାଣି । ୪୬ଲକ୍ଷ ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା ଏହି ରାସ୍ତା କାମର ଦୁଇମାସ ଭିତରେ ରାସ୍ତାରୁ ମେଟାଲ ଉଠିଗଲାଣି । ଖାଲି ସେତିକି ନୁହେଁ ଏଠାରେ କୌଣସି ସୂଚନା ଫଳକ ମଧ୍ୟ ଲଗାଯାଇନାହିଁ । ଏହି ରାସ୍ତା ଦେଇ ଗାଡ଼ି ଯିବା ତ ଦୂରର କଥା ଚାଲ ଚାଲି ଯିବା ବି କଷ୍ଟକର । ସରକାରୀ ବାବୁଙ୍କ ପ୍ରୋତ୍ସାହନରେ ନିମ୍ନମାନର କାମ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଏହା କେବଳ ଗୋଟିଏ ଘଟଣା ନୁହେଁ । କୃଷ୍ଣପ୍ରସାଦ ବ୍ଲକରେ ଏମିତି ଅନେକ ଲୁଣାବନ୍ଧ ରାସ୍ତା ନିର୍ମାଣରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ଆସିଛି । ପୂର୍ବରୁ ସିଆଳ-ରତାମାଟି ଗାଁ ଲୁଣାବନ୍ଧ ରାସ୍ତାର ଦୁର୍ନୀତି ସମ୍ପର୍କରେ “ବଡ଼ ଖବର’ରେ ଖବର ପ୍ରସାରଣ ପରେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜଳ ସମ୍ପଦ ସଚିବ ପ୍ରଦୀପ ଜେନା । ଏବେ ଆଉ ଏକ ଦୁର୍ନୀତି କଥା ସମ୍ନାକୁ ଆସିଛି ।
କୃଷ୍ଣପ୍ରସାଦ ବ୍ଲକ ଚିଲିକା ଟାପୁରେ ଥିବା ଲୋକମାନଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଯନ୍ତ୍ରୀ ଠିକାଦାର ମଧୁଚନ୍ଦ୍ରିକାରେ ଏହି ଅର୍ଥ ଆତ୍ମସାତ ହେଉଥିବା ବାରି ହୋଇପଡୁଛି । ଏମିତି ଦୁର୍ନୀତି ଖୋର ସରକାରୀ ବାବୁ ଓ ଠିକାଦାରଙ୍କ ବିରୁଦ୍ଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।

Leave A Reply

Your email address will not be published.