Masthead

କୋଭିଡ କବଳରେ ମାୟାନଗରୀ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):କରୋନାରେ ବେହାଲ ହେଲାଣି ଫିଲ୍ମ ଇଣ୍ଡଷ୍ଟ୍ରି । କର୍ଫ୍ୟୁ ସତ୍ତ୍ୱେ ବୋଲ ମାନୁନି ମହାରାଷ୍ଟ୍ରରେ ସଂକ୍ରମଣ । ଜଣଙ୍କ ପରେ ଜଣେ ଅଭିନେତା କରୋନା ସଂକ୍ରମିତ ହେବାରେ ଲାଗିଛନ୍ତି । “ବିର ଦି ଓ୍ୱେଡିଙ୍ଗ”ର ଅଭିନେତା ସୁମିତ ବ୍ୟାସ ଏବେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ଫ୍ୟାନ୍ସ ମାନଙ୍କୁ ସୂଟନା ଦେଇଛନ୍ତି । ସେ କହିଛନ୍ତି ମୁଁ ଡାକ୍ତରଙ୍କ ଦ୍ୱାରା ପ୍ରେସକ୍ରାଇବ ମେଡିସିନ୍ ଖାଇବା ସହ ଘରେ ସଂଗରୋଧରେ ରହୁଛି । ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜ ନିଜର ପରୀକ୍ଷା କରାଇନେବାକୁ ସେ ନିବେଦନ କରିଛନ୍ତି ।

ସେପଟେ ଫ୍ୟାସନ ଡିଜାଇନର ମନୀଷ ମଲହୋତ୍ରା ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଇନଷ୍ଟା ଜରିଆରେ ଜଣାଇଛନ୍ତି । ମନୀଷ କହିଛନ୍ତି ମୋ ଠାରେ କିଛି ଲକ୍ଷଣ ଦେଖାଦେବାରୁ ମୁଁ ନିଜର ଟେଷ୍ଟ କରାଇଥିଲି । ଏବେ ରିପୋର୍ଟ ପଜିଟିଭ ଆସିବେ ପରେ ମୁଁ ନିଜକୁ ଆଇସୋଲେସନରେ ରଖିଛି । ସେ ସମସ୍ତଙ୍କୁ କହିଛନ୍ତି ଦରକାର ନଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ । ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ । ସେହିପରି ଅଭିନେତା ଲଲିତ ପରେମୁ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କୁ ପ୍ଲାଜମାର ଆବଶ୍ୟକତା ରହିଛି । ଏନେଇ ନିର୍ଦ୍ଦେଶକ ହଂସଲ ମେହେଟ୍ଟା ଟ୍ବିଟ କରି ପ୍ଲାଜମା ପାଇଁ ଦାବି କରିଛନ୍ତି ।

ତେବେ କେବଳ ବଲିଉଡ ନୁହେ ଟଲିଉଡରେ ମଧ୍ୟ କରୋନା ତାର କାୟା ବିସ୍ତାର କରି ଚାଲିଛି । ପାୱାର ଷ୍ଟାର ପୱନ କଲ୍ୟାଣ, ଯାହାଙ୍କର ଆଗାମି ଫିଲ୍ମ “ଭେକେଲ ସାବ’ ବକ୍ସ ଅଫିସରେ ରେକର୍ଡ ଭାଙ୍ଗୁଛି, ଦୁର୍ଭାଗ୍ୟବଶତ ସେ ମଧ୍ୟ କୋଭିଡ ସଂକ୍ରମିତ ହୋଇଛନ୍ତି । ହାଇଦ୍ରାବାଦ ସ୍ଥିତ ନିଜ ଫାର୍ମ ହାଉସରେ ଥିବା ସମୟରେ ତାଙ୍କ ଦହେ ଖରାପ ହୋଇଥିଲା । ତେଣୁ ସେ କୋଭିଡ ପରୀକ୍ଷା କରାଇଥିଲେ । ରିପୋର୍ଟ ପଜିଟିଭ ଆସିଥିଲା । ବର୍ତ୍ତମାନ ସେ ଆପୋଲୋ ହସ୍ପିଟାଲରେ ଚିକିତ୍ସୀତ ହେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା