Before Header

ଭଣ୍ଡାରିପୋଖରୀରେ ବିଜେପି ପକ୍ଷରୁ ବ୍ଲକ୍ ଘେରାଉ

0 28

ଭଣ୍ଡାରିପୋଖରୀ (ବଡ଼ ଖବର ବ୍ୟୁରୋ): ବିଭିନ୍ନ ପ୍ରକାର ଦାବି ନେଇ ଭଣ୍ଡାରିପୋଖରୀ ବିଜେପି ପକ୍ଷରୁ ବ୍ଲକ ଘେରାଉ କରାଯାଇଛି । ଭଣ୍ଡାରିପୋଖରୀ ବିଜେପି ନେତା ବଦ୍ରିନାରାୟଣ ଧଳଙ୍କ ନେତୃତ୍ୱରେ ହଜାର ହଜାର ଦଳୀୟ କର୍ମୀ ବ୍ଳକକୁ ଘେରାଉ କରିବା ସହିତ ଏକ ପ୍ରତିବାଦ ସଭା ବ୍ଲକ୍ ଅଫିସ୍ ସମ୍ମୁଖରେ କରିଥିଲେ । ଓଡ଼ିଶା ସରକାର ଓଡ଼ିଶାର ବିକାଶ କରିବା ବଦଳରେ ବିନାଶ କରିଛନ୍ତି ବୋଲି ନେତାମାନେ ଅଭିଯୋଗ କରିଛନ୍ତି । ଏହା ସହିତ ଆବାସ ଯୋଜନାରେ ହେରଫେର ଭତ୍ତା ହେରଫେର ଆଦିକୁ ନେଇ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଓଡ଼ିଶା ସରକାରକାରକୁ ଚେତାବନୀ ଦେବା ସହିତ ବିଡିଓଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.