Masthead

ଝରାଫୁଲ ଡେଥ୍ ମିଷ୍ଟ୍ରି: ଆସିଲା ନୂଆ ତଥ୍ୟ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଝରାଫୁଲ ଡେଥ୍ ମିଷ୍ଟ୍ରି । ଧିରେ ଧିରେ ଖୋଲୁଛି ଗୁମର । ଆଜି ଝରାଫୁଲଙ୍କ ବାପା ଓ ରାକେଶକୁ ସାମ୍ନାସାମ୍ନି ବସାଇ ପୋଲିସ ପଚରାଉଚରା କରିଛି । ଏଥିସହ ଅଧିକ ତଥ୍ୟ ଓଗାଳିବା ପାଇଁ ରାକେଶକୁ ଶବ ମିଳିଥିବା ସ୍ଥାନକୁ ନେଇ ସ୍କ୍ରିନ୍ ରି କ୍ରିଏସନ କରିଛି ପୋଲିସ । ଯାଜପୁର ଓ କମିଶନରେଟ ପୋଲିସ ରାକେଶ ନିକଟରୁ ବହୁ ତଥ୍ୟ ଓଗାଳିଛନ୍ତି । ଅନ୍ୟପଟେ ଭିସାରା ଟେଷ୍ଟ ପାଇଁ ପୋଲିସ ଝରାଫୁଲ ମୃତଦେହର ଅଂଶବିଶେଷକୁ ଭୁବନେଶ୍ୱର ଲାବରୋଟୋରୀକୁ ପଠାଇଛି ।

୨୬ ତାରିଖ ରାତିରେ ହୋଟେଲ ରୁମରେ କଣ ସବୁ ଘଟିଥିଲା ଏବଂ କଣ ରହିଛି ଝରାଫୁଲ ମୃତ୍ୟୁ ପଛର କାହାଣୀ ସେ ନେଇ ଫିଟିବ ଗୁମର । ଅନ୍ୟପଟେ ଝରାଫୁଲ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ପୋଲିସ ଗୋପନ ରଖିଛି । କୁଆଖିଆ ପୋଲିସ ରିମାଣ୍ଡରେ ନେଇ ବର୍ତ୍ତମାନ ପଚରାଉଚରା ଜାରି ରଖିଛି । ଯାଜପୁର ଜିଲ୍ଲା ଦୌରାଜଜଙ୍କ କୋର୍ଟ ରାକେଶକୁ ୩ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ସେପଟେ ରାକେଶଙ୍କ ସାଙ୍ଗ ଶେଖର, ସିସିଟିଭିରେ ଥିବା ଗାଡି ଓ ମୋବାଇଲକୁୁ ବର୍ତ୍ତମାନ ସୁଦ୍ଧା କାହିଁକି ଜବତ କରିନି ପୋଲିସ ସେ ନେଇ ଅଭିଯୋଗ କରିଛନ୍ତି ଝରାଫୁଲଙ୍କ ବାପା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ